www.samajalive.in
Tuesday, December 9, 2025
15.1 C
Bhubaneswar

ସ୍କୁଲ ଛାତ୍ରୀଙ୍କୁ ବଳାତ୍କାର ମାମଲା: ଆରଜେଡି ବିଧାୟକଙ୍କ ସହ ୬ ଦୋଷୀ

ପାଟନା: ନାବାଳିକା ବଳାତ୍କାର ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାୟକ ରାଜବଲ୍ଲଭ ଯାଦବ ଓ ଅନ୍ୟ ୫ଜଣ ସ୍ବତନ୍ତ୍ର ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ୨୧ତାରିଖରେ ସେମାନଙ୍କ ବିରୋଧରେ ଦଣ୍ଡ ଘୋଷଣା ହେବ। ଯାଦବ ୨୦୧୬ ମାର୍ଚରେ ସ୍ଥାନୀୟ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଆତ୍ମସମର୍ପଣ କରି ଜାମିନରେ ଅଛନ୍ତି। ୨୦୧୬ ଫେବୃଆରୀରେ ଜନୈକ ମହିଳା ସମ୍ପୃକ୍ତ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଲୋଭ ଦେଖାଇ ବିଧାୟକଙ୍କ ନୱାଡ଼ା ଜିଲାସ୍ଥିତ ବାସଭବନକୁ ନେଇଥିଲେ ଓ ସେଠାରେ ବିଧାୟକ ଓ ତାଙ୍କର ୫ଜଣ ସହଯୋଗୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ପରେ ପୀଡ଼ିତା ଅଭିଯୁକ୍ତମାନଙ୍କୁ; ବିଶେଷ କରି ବିଧାୟକଙ୍କୁ ଚିହ୍ନଟ କରିଥିଲେ। ଏହି ମାମଲାରେ ବିଧାୟକ ଯାଦବ ୨୦୧୬ ଅକ୍ଟୋବରରେ ପାଟନା ହାଇକୋର୍ଟରୁ ଜାମିନରେ ଯାଇଥିଲେ; କିନ୍ତୁ ରାଜ୍ୟ ସରକାର ଏହା ବିରୋଧରେ ସୁପି୍ରମକୋଟର୍ଠରେ ଆବେଦନ କରିବା ପରେ ନଭେମ୍ବରରେ ଜାମିନ ନାକଚ ହୋଇଥିଲା। ସେହିବର୍ଷ ନାଲନ୍ଦା ପୁଲିସ ମାମଲାର ଅଭିଯୋଗପତ୍ର ଦାଖଲ କରିବା ପରେ ଯାଦବଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏହି ମାମଲାକୁ ନେଇ ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories