www.samajalive.in
Tuesday, December 9, 2025
15.1 C
Bhubaneswar

ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିଲା ଅଫିମ ଚାଷ: ନଷ୍ଟ କଲା ପୁଲିସ୍‌

କରଞ୍ଜିଆ: ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ। ଯଶୀପୁର ପୁଲିସ୍, ଅବକାରୀ ବନ ବିଭାଗ ଓ ତହସିଲଦାରଙ୍କ ମିଳିତ ଉଦ୍ୟମରେ ଅଭୟାରଣ୍ୟରେ ବଡଧରଣର ରେଡ୍ କରାଯାଇଛି। ରେଡ୍ ବେ​‌ଳେ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜବଡା ଏବଂ ଫୁଲବାଡି ଗାଁ ନିକଟରୁ ଦେଢ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଗଛ ଜବତ କରାଯାଇଛି। ପ୍ରାୟ ୩ କୋଟି ଟଙ୍କାର ଅଫିମ ନଷ୍ଟ କରିଛି ପୁଲିସ। ଏହା ପୂର୍ବରୁ ଗତ ୧୦ ତାରିଖରେ ବନବିଭାଗ, ପୁଲିସ ଏବଂ ଅବକାରୀ ବିଭାଗ ଶିମିଳିପାଳ ଅଭୟାରଣ୍ୟରେ ଚାଲିଥିବା ଅଫିମ ଚାଷ ଉପରେ ବଡ଼ ଧରଣର ଚଢାଉ କରିଥିଲା। ମାତ୍ର ଦୁଇ ମାସ ମଧ୍ୟରେ ପାଖାପାଖି ୨୦ କୋଟି ଟଙ୍କାର ଅଫିମ ନଷ୍ଟ ହେଲାଣି। ହେଲେ ପୁଲିସ ଓ ବନ ବିଭାଗ ଅଫିମ ମାଫିଆମାନଙ୍କୁ ଧରିବାରେ ବିଫଳ ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories