www.samajalive.in
Tuesday, December 9, 2025
15.1 C
Bhubaneswar

‘ରାଜନୀତି ଛାଡିବା ପାଇଁ ସବୁଦିନ ଭାବୁଛି’- କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ

ନୂଆଦିଲ୍ଲୀ: ରାଜନୀତି ଛାଡ଼ିବାକୁ ସବୁଦିନ ଭାବୁଛି, ଏଥିରେ ପାଗଳାମୀ ଭରି ରହିଛି । ସେଥିପାଇଁ ଏହି ଚାକିରି ଛାଡିବାକୁ ଚାହୁଁଛି । ଏଭଳି କିଛି କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡୋ । ଏହାସହିତ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ନିଜ ପଦବୀରେ ରହିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଟ୍ରୁଡୋ । ତାଙ୍କର ଏଭଳି ବୟାନ ଏବେ କାନାଡା ରାଜନୀତିରେ ହଇଚଇ ସୃଷ୍ଟି କରିଛି । ୨୦୨୫ ଅକ୍ଟୋବରରେ କାନାଡାରେ ନିର୍ବାଚନ ହେବ ।

କାନାଡାରେ ହୋଇଥିବା ସର୍ଭେ ଅନୁସାରେ, ଦେଶରେ ନିର୍ବାଚନ ହେଲେ କଞ୍ଜରଭେଟିବ୍ସ ପାର୍ଟିଠାରୁ ଲିବେରାଲ ପାର୍ଟିକୁ ବୃହତ ପରାଜୟର ସାମ୍ନା କରିବାକୁ ପଡିପାରେ । କାରଣ କାନାଡାରେ ଟ୍ରୁଡୋଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ୨୦୧୫ ନଭେମ୍ବରରେ ପ୍ରଥମ ଥର ଟ୍ରୁଡୋ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଅନେକ ସର୍ଭେରୁ ଟ୍ରୁଡୋ ହାରିବା ସୁନିଶ୍ଚିତ ବୋଲି କୁହାଯାଉଛି । ଆପଣ ରାଜନୀତି ଛାଡିବା ବିଷୟରେ ଭାବୁଛନ୍ତି କି ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରୁଡୋ କହିଛନ୍ତି, ‘ମୁଁ ସବୁଦିନ ରାଜନୀତି ଛାଡିବାକୁ ଭାବୁଛି’ । ଏହା ଏକ ପାଗଳାମୀ ଭରି ରହିଥିବା କାର୍ଯ୍ୟ । ଯେଉଁଥିରେ ମୁଁ ବ୍ୟକ୍ତିଗତ ଭାବେ ବଳିଦାନ ଦେଉଛି । ଯାହା ମୋ ପାଇଁ ବହୁତ କଷ୍ଟଦାୟକ । ଗତବର୍ଷ ଟ୍ରୁଡୋ ଏବଂ ତାଙ୍କ ପତ୍ନୀ ବିବାହର ୧୮ବର୍ଷ ପରେ ଅଲଗା ହେଉଥିବା ଘୋଷଣା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories