www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଗାଦାସପୁରରେ ରାଧାମୋହନଙ୍କ ପଦଯାତ୍ରା

ପିପିଲି:ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନରେ ଏହାର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ପ୍ରତିଦ୍ୱନ୍ଦିତା କରିବେ ବୋଲି ମଞ୍ଚର ଉପଦେଷ୍ଠା ଜନ୍ମେଜୟ ଜେନା ସ୍ପଷ୍ଟ କରିଛନ୍ତି। ଏଥିପାଇଁ ମଞ୍ଚ ପକ୍ଷରୁ ପିପିଲି ଓ ଡେଲାଙ୍ଗ ବ୍ଳକର ବିଭିନ୍ନ ପଞ୍ଚାୟତରେ ସାଂଗଠନିକ କାର୍ଯ୍ୟ ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ପଦଯାତ୍ରାର ଆୟୋଜନ କରାଯାଉଛି।

ମଞ୍ଚ ପକ୍ଷରୁ ସୋମବାର ଦିନ ପିପିଲି ବ୍ଳକ ଅନ୍ତର୍ଗତ ଦୁର୍ଗାଦାସପୁର ପଞ୍ଚାୟତରେ ରାଧାମୋହନ ପଦଯାତ୍ରାରେ ଯାଇ ଅଞ୍ଚଳବାସୀଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସେସବୁର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ। ଦୁର୍ଗାଦାସପୁର, କାଜିପାଟଣା, ଆଠବାଟିଆ, ବାରବାଟି, ନୂଆସାହି, ବଧି, ଠଣଠଣା, ଜେନାସାହି, ମାଳିକପାଳି ଆଦି ଗ୍ରାମରେ ରାଧାମୋହନ ପଦଯାତ୍ରାରେ ଘରକୁ ଘର ବୁଲି ନିଜର ନିର୍ବାଚନୀ ପ୍ରଚାରପତ୍ର ବାଣ୍ଟିଥିଲେ।

- Advertisement -

ବିଭିନ୍ନ ସ୍ଥାନରେ ତାଙ୍କୁ ଭରପୁର ସ୍ୱାଗତ କରାଯାଇଥିଲା। ମଞ୍ଚର ଉପଦେଷ୍ଠା ଜନ୍ମେଜୟ ଜେନାଙ୍କ ସମେତ ସୁଜିତ ପରିଡା, କାଳନ୍ଦୀ ଜେନା, ସୁଶାନ୍ତ ଗିରି, ସୁବୋଧ ମିଶ୍ର, ଭାଗିରଥି ନାୟକ, ସଦାଶିବ ପରିଡା ପ୍ରମୁଖ ପଦଯାତ୍ରାରେ ସାମିଲ ଥିଲେ। ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ରାଧାମୋହନଙ୍କ ଏହି ପଦଯାତ୍ରା ପିପିଲି ରାଜନିତିକୁ ଅଧିକ ଉଷ୍ମ କରିଛି।

Hot this week

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories