www.samajalive.in
Saturday, December 6, 2025
17.1 C
Bhubaneswar

ପାଳଙ୍ଗ ଶାଗ ବରା

ପାଳଙ୍ଗ ଶାଗ – ଆବଶ୍ୟକ ଅନୁଯାୟୀ
ଅଟା – ଆବଶ୍ୟକ ଅନୁଯାୟୀ
ବେସନ – ଆବଶ୍ୟକ ଅନୁଯାୟୀ
ସୁଜି – ଆବଶ୍ୟକ ଅନୁଯାୟୀ
ଅଦା – ଅଳ୍ପ
ରସୁଣ – ଅଳ୍ପ
କଞ୍ଚା ଲଙ୍କା – ୩ଟି
ଜିରା – ଅଳ୍ପ
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ବେକିଙ୍ଗ ସୋଡ଼ା – ଅଳ୍ପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଧନିଆ ପତ୍ର – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ଅଳ୍ପ
କ୍ରିମ – ଆବଶ୍ୟକ ଅନୁଯାୟୀ
ତେଲ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଳଙ୍ଗ ଶାଗକୁ ବାଛି ଏହାକୁ ଧୋଇ ଭଲ ଭାବେ କାଟି ଦିଅନ୍ତୁ। ଏହା ପରେ ଅଦା ରସୁଣକୁ ଛେଚି ରଖନ୍ତୁ। ଏବେ ଏକ ବଡ଼ ପାତ୍ରରେ କଟା ପାଳଙ୍ଗ,ଅଟା, ବେସନ,ସୁଜି, ଅଦା, ରସୁଣ ଛେଚା, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, ବେକିଙ୍ଗ ସୋଡ଼ା,ସାମାନ୍ୟ ପାଣି, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲେମ୍ବୁ ରସ, କ୍ରିିମ ଓ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ପରେ ଏହାକୁ ଛୋଟ ଛୋଟ ବରା ଆକୃତିର କରନ୍ତୁ। ଏବେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ରଖିଥିବା ବରାକୁ ଛାଣନ୍ତୁ। ବରାକୁ ଛାଣି ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ ଓ ଗରମାଗରମ ଖାଆନ୍ତୁ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories