www.samajalive.in
Sunday, December 7, 2025
26.1 C
Bhubaneswar

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ, ସ୍ୱାମୀ ପାଇଁ ସ୍ତ୍ରୀ ନାଁରେ ହେବନି ଭିଜିଲାନ୍ସ ମାମଲା

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚ ନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସ୍ୱାମୀଙ୍କ ପାଇଁ ସ୍ତ୍ରୀ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଅଦାଲତ ଏକ ରାୟରେ କହିଛନ୍ତି। ଅାବେଦନକାରିଣୀ ଇ. ସ୍ୱର୍ଣ୍ଣଲତାଙ୍କ ସ୍ୱାମୀଙ୍କ ନାମରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଭିଜିଲାନ୍ସ ସ୍ୱର୍ଣ୍ଣଲତାଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିଥିଲେ। ଏହା ବିରୋଧରେ ସେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଶିବ ଶଙ୍କର ମିଶ୍ର ଏହି ମାମଲାରେ ରାୟ ପ୍ରକାଶ କରି ଅାବେଦନକାରିଣୀଙ୍କ ବିରୋଧରେ ରୁଜୁ ଭିଜିଲାନ୍ସ ମାମଲାକୁ ରଦ୍ଦ କରିଦେଇଛନ୍ତି। ଅଦାଲତ କହିଛନ୍ତି, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ସମ୍ପତ୍ତି ବଢ଼଼ାଇବା ଲାଗି କୌଣସି ପ୍ରକାର ପ୍ରୋତ୍ସାହିତ କରିବାର ପ୍ରମାଣ ନାହିଁ। ଜଣେ ଗୃହିଣୀ ସ୍ୱାଭାବିକ ଭାବେ ନିଜ ସ୍ୱାମୀଙ୍କ ଇଚ୍ଛାକୁ ସମ୍ମାନ ଜଣାଇଥାନ୍ତି।

ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ନାମରେ ସ୍ଥାବର ଅସ୍ଥାବର ସମ୍ପତ୍ତି କିଣିବାକୁ ଚାହୁଁଥିବେ ତାହେଲେ ସେ ତାଙ୍କ ଇଚ୍ଛା ବିରୋଧରେ ଯାଇ ମନାକରିପାରିବେ ନାହିଁ। ଏଭଳି କ୍ଷେତ୍ରରେ ପତ୍ନୀଙ୍କୁ ଏହି ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଦାୟୀ କରାଯାଇ ପାରିବ ନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ମତ େଦଇଛନ୍ତି। ଯଦି ସମ୍ପତ୍ତି ଠୁଳ କରିବା ପାଇଁ ପତ୍ନୀଙ୍କୁ ଦାୟୀ କରାଯିବ ତେବେ ମୁଖ୍ୟ ଅଭିଯୁକ୍ତଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ କାହିଁକି ମାମଲା ରୁଜୁ କରାଯିବ ନାହିଁ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି। ଏହି ମାମଲାରେ ଅାବେଦନକାରିଣୀଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତି।

- Advertisement -

ବ୍ରହ୍ମପୁର ଭିଜିଲାନ୍ସ ସେଲ ଅାବେଦନକାରିଣୀଙ୍କ ସ୍ୱାମୀଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଆବେଦନକାରିଣୀ ତଥା ତାଙ୍କ ସ୍ତ୍ରୀଙ୍କ ନାମକୁ ଭିଜିଲାନ୍ସ ଯୋଡ଼ିଥିଲା। ତାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ କ୍ରିମିନାଲ ପ୍ରୋସିଡିଂ ମଧ୍ୟ କରାଯାଇଥିଲା। ଏହାକୁ ରଦ୍ଦ ପାଇଁ ଅାବେଦନକାରିଣୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରିଣୀଙ୍କ ପକ୍ଷରୁ ଅାଇନଜୀବୀ ବିଷ୍ଣୁ ପ୍ରସାଦ ପ୍ରଧାନ ମାମଲା ପରିଚାଳନା କରୁଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories