www.samajalive.in
Tuesday, December 9, 2025
23.1 C
Bhubaneswar

ଗମନାଗମନ ପାଇଁ ବାଟ ଓଗାଳିଛି ନାଳ, ଶଗଡ଼ରେ ବୁହା ହେଉଛି ରୋଗୀ

ଅନୁଗୋଳ: ରାଜ୍ୟ ସରକାର ଓଡିଶାରେ ବିକାଶର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଲୋକମାନେ ରାସ୍ତା ନଥିବାରୁ ଶଗଡ଼ରେ ରୋଗୀ ବୋହୁଛନ୍ତି। ଏହାର ନିଦର୍ଶନ ଦେଖିବାକୁ ମିଳିିଛି ଶିଳ୍ପସମୃଦ୍ଧ ଅନୁଗୋଳ ବ୍ଲକ ମାଣିକଯୋଡି ପଞ୍ଚାୟତର ପୋକୁଣ୍ଡା ବୃନ୍ଦାବନ ସାହି​ରେ।ଏଠାକାର ବାସିନ୍ଦା ରତନୀ ସାହୁ (୬୮)ଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ନେବା ପାଇଁ ପରିବାର ଓ ଗାଁ ଲୋକେ ଶଗଡ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଏହି ସାହିକୁ ଗମନାଗମନ ପାଇଁ ବାଟ ଓଗାଳିଛି ଏକ ନାଳ। ନାଳ ଉପରେ ପୋଲ କି ବିକଳ୍ପ ରାସ୍ତା ନିର୍ମାଣ ହୋଇପାରୁନି। ସଦାସର୍ବଦା ଲୋକେ ଯିବାଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ରତନୀଙ୍କୁ ପରିବାର ଲୋକେ ବାଧ୍ୟ ହୋଇ ଶଗଡ଼ ଗାଡିରେ ଡାକ୍ତରଖାନା ନେଇଛନ୍ତି।

ଏଭଳି ଘଟଣା ଏହି ସାହିବାସିନ୍ଦାଙ୍କ ପାଇଁ ନୂଆ ନୂହେଁ। ଆଗରୁ ମଧ୍ୟ ଶଗଡ଼ରେ ରୋଗୀ ବୁହା ହୋଇଛନ୍ତି। ଏକ ବର୍ଷ ପୂର୍ବେ ମଧ୍ୟ ଏହି ସାହିର ଶ୍ରୀବତ୍ସ ସାହୁ ଗୁରୁତର ହୋଇଥିଲେ। ଗାଁ ଲୋକେ ତାଙ୍କୁ ଶଗଡ଼ ଗାଡିରେ ଦୁଇ କିଲୋ ମିଟର ନେଇଥିଲେ। ଏହା ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଅନୁଗୋଳ ପ୍ରଶାସନ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତଥାପି ପ୍ରତିଶ୍ରୁତି ପାଳନ ହୋଇପାରିନି। ପୁଣି ଆଜି ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି। ଯେଉଁଠି ଜଣେ ବୃଦ୍ଧଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପ୍ରାୟ ୨ ଦୁଇ କିଲୋମିଟର ଶଗଡ଼ ଗାଡିରେ ବୋହି ନେଇଥିଲେ ଓ ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

Hot this week

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

Related Articles

Popular Categories