www.samajalive.in
Monday, December 8, 2025
14.1 C
Bhubaneswar

ଏହି ଆପରେ ଫଟୋ କ୍ଲିକ୍‍ କରି ଜଟିଳ ଗଣିତ ପ୍ରଶ୍ନର କରନ୍ତୁ ସମାଧାନ

ସମାଜ ଡିଜିଟାଲ ଡେସ୍କ: ଗଣିତ ଅନେକ ଲୋକଙ୍କୁ ବହୁତ କଷ୍ଟ ଲାଗିଥାଏ। ଗଣିତ ପ୍ରଶ୍ନର ସମାଧାନ ଓ ବୁଝିବା ପାଇଁ ସୋମାନେ ଅନେକ ଟ୍ୟୁସନ ଏବଂ ଅନଲାଇନ କ୍ଲାସ୍‍ ମଧ୍ୟ ନିଅନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଗୁଗୁଲର ଏକ ସ୍ୱତନ୍ତ୍ର ଆପ୍‍ ରହିଛି। ଯଦି ଆପଣ ଗଣିତର ଜଟିଳ ପ୍ରଶ୍ନର ସମାଧାନ ତୁରନ୍ତ କରିବାକୁ ଚାହୁଁଛନ୍ତି ତେବେ ‘ଫଟୋମ୍ୟାଥ୍‍’ ଆପ୍‍ ବ୍ୟବହାର କରନ୍ତୁ। ଗୁଗୁଲର ଏହି ଆପ୍‍ କିଛି ବର୍ଷ ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ପ୍ରକୃତରେ ଏହା ହେଉଛି ଏକ ସ୍ମାର୍ଟ କ୍ୟାମେରା କାଲକୁଲେଟର। ଯାହା କେବଳ ଚିତ୍ର ଉଠାଇ ଏହାର ସମାଧାନ କରିବାରେ ସାହାଯ୍ୟ କରିଥାଏ। ଏହି ଆପ୍‍ ବ୍ୟବହାର କରି ଗଣିତର ଜଟିଳରୁ ଜଟିଳର ପ୍ରଶ୍ନର ଉତ୍ତର ଖୁବ ସହଜରେ ସମାଧାନ କରିପାରିବେ। ଏହି ଆପ୍‍ ଷ୍ଟେପ୍‍ ବାଏ ଷ୍ଟେପ୍‍ ସମାଧାନ କରିଥାଏ।
ଗୁଗୁଲ ପକ୍ଷରୁ ୨୦୨୩ ମାର୍ଚ୍ଚ ମାସରେ ଏହି ‘ଫଟୋମ୍ୟାଥ୍‍’ ଆପ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହି ଆପ୍‍ ଗୁଗୁଲର ପୋର୍ଟଫୋଲିୟାରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଦୁନିଆ ସାରା ଲୋକ ଏହାକୁ ବ୍ୟବହାର କରିପାରିବେ। ଗୁଗୁଲ୍‍ ପ୍ଲେ ଷ୍ଟୋରରେ ଏହି ଆପ୍‍ ଉବଲବ୍ଧ। ଏହାର ସାହାଯ୍ୟରେ ଉପଭୋକ୍ତାମାନେ ଗଣିତକୁ ସହଜରେ ସମାଧାନ କରିବାରେ ସକ୍ଷମ ହେବେ। ଏଥିରେ ଆଲଜେବ୍ରା, ଜୋମେଟ୍ରି, ଟ୍ରିଗ୍‍ନୋମେଟ୍ରି, ପରିସଂଖ୍ୟାନ ଏବଂ କାଲକୁଲସ୍‍ ପରି ବିଷୟ ଗୁଡିକର ସମାଧାନ କରିବା ଭଳି ଉପାୟ ଅନ୍ତଭୁକ୍ତ ରହିଛି।
ଫଟୋମ୍ୟାଥ୍‍ ଆପ୍‍ ବ୍ୟବହାର କରିବା ଅତ୍ୟନ୍ତ ସହଜ। ଏଥିପାଇଁ ଉପଭୋକ୍ତମାନଙ୍କୁ ଗଣିତ ପେଜର ଫଟୋ କ୍ଲିକ କରିବାକୁ ପଡିବ। ଏହାପରେ ଆପ୍‍ କାମ କରିବା ଆରମ୍ଭ କରିବ, ଏବଂ ପର୍ଯ୍ୟାୟକ୍ରମେ ଆପଣଙ୍କ ଗଣିତର ସମାଧାନ କରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆପକୁ ୧୦୦ ମିଲିୟନରୁ ଅଧିକ ଲୋକ ଡାଉନଲୋଡ କରିସାରିଛନ୍ତି। ଏହି ଆପ୍‍ ସମୂର୍ଣ୍ଣ ମାଗଣା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories