www.samajalive.in
Monday, December 15, 2025
26.1 C
Bhubaneswar

ମୋବାଇଲ ଫୋନ ଚାର୍ଜ ପରେ କରନ୍ତୁନି ଏହି ଭୁଲ୍‌‌…

ସମାଜ ଡିଜିଟାଲ ଡେସ୍କ: ଆମେ ଅନେକ ସମୟରେ ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଉପକରଣ ଚାର୍ଜ କରି ସାରିବା ପରେ ବି ଚାର୍ଜରକୁ ବୋର୍ଡରେ ଲଗାଇ ରଖିଥାଉ। ବୋର୍ଡରୁ ଚାର୍ଜର ବାହାର କରି ନ ଥାଉ। ଦିନ ଦିନ ଧରି ଚାର୍ଜର ବୋର୍ଡରେ ଲାଗି ରହିଥାଏ। ବେଳେ ବେଳେ ସୁଇଚ ବି ବନ୍ଦ କରି ନ ଥାଉ। ତେବେ ଏହା ଦ୍ୱାରା କ’ଣ ସମସ୍ୟା ହୋଇଥାଏ ଆସନ୍ତୁ ଜାଣିବା…

ଦୈନନ୍ଦିନ ଜୀବନରେ ଯଦି କେହି ଏପରି କରୁଥାଆନ୍ତି, ତେବେ ସେଥିରୁ ନିବୃତ୍ତ ରହିବା ଉଚିତ। ଆମେ ଏହାକୁ ଏକ ସାଧାରଣ ଭୁଲ ବୋଲି କହିପାରିବା, କିନ୍ତୁ ଏହାର ପରିଣତି ଭୟଙ୍କର ହୋଇପାରେ। ମୋବାଇଲ ଫୋନ ଚାର୍ଜ ହେବା ପରେ ପରେ ତା’କୁ ଆମେ ତୁରନ୍ତ ବ୍ୟବହାର କରିଥାଉ। କିନ୍ତୁ ଏହା ନ କରି ପ୍ରଥମେ ବୋର୍ଡରୁ ଚାର୍ଜର ବାହାର କରିବା ଦରକାର। ଅନେକ ଲୋକ ଏହା କରନ୍ତି ନାହିଁ।

- Advertisement -

ଯଦି ଆପଣ ବିଦ୍ୟୁତ ବୋର୍ଡରେ ଚାର୍ଜର ଲଗାଇ ଛାଡ଼ିଦେଉଛନ୍ତି, କିନ୍ତୁ ସୁଇଚ ବନ୍ଦ କରୁଛନ୍ତି, ତେବେ ସେଥିରେ କୌଣସି ସମସ୍ୟା ନାହିଁ। ମାତ୍ର ଯେତେବେଳେ ଚାର୍ଜର ବୋର୍ଡରେ ଲାଗିଥାଏ ଏବଂ ସୁଇଚ ଖୋଲା ରହିଥାଏ, ସେତେବେଳେ ହିଁ ବଡ଼ ସମସ୍ୟା ଆସିବାର ଆଶଙ୍କା ରହିଥାଏ। ପ୍ରଥମତଃ ସୁଇଚ ଅନ୍‌‌ ରହିବା ଦ୍ୱାରା ଚାର୍ଜରକୁ ନିରନ୍ତର ବିଦ୍ୟୁତ ପ୍ରବାହିତ ହୋଇଥାଏ। ଫଳରେ ଚାର୍ଜର ଗରମ ହୋଇଯିବା ସହିତ କମ ଦିନରେ ଅଚଳ ହୋଇପଡ଼େ। ଏହା ସହିତ ବିଦ୍ୟୁତ ମିଟର ବି ବଢ଼େ। ବୈଷୟିକ ଭାଷାରେ ଏହାକୁ ଭାମ୍ପାୟାର ପାୱାର କୁହାଯାଏ।

ଫୋନ ଚାର୍ଜ ସମୟରେ ଚାର୍ଜର ଅଳ୍ପ ବହୁତ ଗରମ ହେବା ସ୍ୱାଭାବିକ। କିନ୍ତୁ ଯଦି ଫୋନ ଚାର୍ଜ ହେଉ ନ ଥିବ, ମାତ୍ର ଚାର୍ଜର ଗରମ ହେଉଥିବ, ସେତେବେଳେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ବିଦ୍ୟୁତ ବୋର୍ଡରେ ଚାର୍ଜର ଲଗାଇ ଛାଡ଼ିଦେବା ଫଳରେ ଏପରି ସମସ୍ୟା ହୋଇଥାଏ।

ସବୁଠୁ ବଡ଼ ଚିନ୍ତାର ବିଷୟ ହେଉଛି ଚାର୍ଜର ବିସ୍ଫୋରଣ ହେବା ବା ଫାଟିବା। ଉନ୍ନତ ମାନର ଚାର୍ଜର ସହଜରେ ଫାଟି ନ ଥାଏ। ମାତ୍ର ଟଙ୍କା ସଞ୍ଚୟ କରିବା ଚକ୍କରରେ ଯଦି କମ ମାନର ଚାର୍ଜ କିଣୁଛନ୍ତି, ତା’ହେଲେ ତାହା ଫାଟିବା ଆଶଙ୍କା ରହିଥାଏ। ତେଣୁ ସବୁ ସମୟରେ ଚାର୍ଜ ସରିବା ପରେ ବୋର୍ଡରୁ ଚାର୍ଜରକୁ ବାହାର କରିନେବା ଉଚିତ। ନଚେତ ସୁଇଚ ବନ୍ଦ କରିବା ଜରୁରୀ।

କେବଳ ମୋବାଇଲ ଫୋନ ନୁହେଁ, ଅନ୍ୟ ଚାର୍ଜିଂ ଉପକରଣ କ୍ଷେତ୍ରରେ ବି ସମାନ ସାବଧାନତା ଅବଲମ୍ବନ କରାଯିବା ଆବଶ୍ୟକ। ଯେପରି କି ଇଲେକ୍ଟ୍ରିକ ସ୍କୁଟର, କ୍ୟାମେରା ବ୍ୟାଟେରି ଚାର୍ଜର ଇତ୍ୟାଦି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories