www.samajalive.in
Saturday, December 6, 2025
15.1 C
Bhubaneswar

ବାଃ ବାଃରେ ହରିଣ ସାହସ ; ଦେଖନ୍ତୁ ଭିଡିଓ, ସିଂହ ସହ କଲା ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେଉଥିବା ଅନେକ ଭିଡିଓ ଖୁବ୍ ମନଛୁଆଁ ହୋଇଥିବା ବେଳେ ବିଶ୍ୱାସ କରିବା ସମ୍ଭବ ହୋଇନଥାଏ। ଅନେକ ସମୟରେ ଏଭଳି ଭିଡିଓ ସାମ୍ନାକୁ ଆସିଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ। ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓଟି ହରିଣ ଓ ସିଂହର ହୋଇଥିବା ବେଳେ ହରିଣର ସାହସକୁ ଏଠାରେ ଖୁବ୍ ପ୍ରଶଂସା କରାଯାଇଛି।


ଭିଡିଓରେ ଦେଖିପାରିବେ ଗୋଟିଏ ହରିଣ ଖୁବ୍ ଧିରେ ଧିରେ ସିଂହ ନିକଟକୁ ଆସୁଛି। ସିଂହଟି ଆରାମରେ ଶୋଇରହିଥିବା ବେଳେ ହରିଣଟି ତା’ପାଖକୁ ଆସୁଛି। ପ୍ରଥମେ ଭିଡିଓ ଦେଖିଲେ ସିଂହ ଯେପରି ମଲା ଭଳି ଲାଗୁଛି। ମାତ୍ର ହରିଣ ସିଂହର ଲାଞ୍ଜକୁ ପାଟିରେ ଧରି ନେଉଛି। ଏହାପରେ ସିଂହଟି ଉଠି ଯାଉଛି। ହରିଣ ସେଠାରୁ ନିଜ ଜୀବନ ବଞ୍ଚାଇ ଖସି ପଳାଉଛି। ସିଂହଟି ଶୋଇ ରହୁଛି।
ଭିଡିଓଟି ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେହି କହିଛନ୍ତି ହରିଣର ସାହସକୁ ମାନିବାକୁ ପଡିବ। କେହି କେହି ମଜାରେ କହିଛନ୍ତି, ହରିଣ କ’ଣ ସିଂହର ଶିକାର କରିବାକୁ ଯାଇଥିଲା। ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ପସନ୍ଦ କରୁଛନ୍ତି।

ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories