www.samajalive.in
Friday, December 5, 2025
20.1 C
Bhubaneswar

ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ପାଇଁ ସମସ୍ୟା ; ହୁମ୍ମା -ବଟେଶ୍ଵର ମୁଖ୍ୟରାସ୍ତା ପାର୍ଶ୍ଵରେ ଗର୍ତ୍ତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଠାରୁ ବଟେଶ୍ୱର ମନ୍ଦିରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପାଦୁକାଇ ମନ୍ଦିର ନିକଟରେ ବୁଲାଣି ରାସ୍ତାରେ ଏକ ଗାତ ଖୋଳା ହୋଇ ପାଞ୍ଚ ଦିନରୁ ଅଧିକ ହେବ ପଡି ରହିଛି । ଯାହାକି ବିପଦ ସଂକୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହି ଗାତ ପାଇଁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏପରିକି ନିକଟସ୍ଥ ସାହିର ଛୁଆ ଓ ଗାଈ ଗୋରୁ ମାନେ ଉକ୍ତ ଗାତ ମାନରେ ପଡିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଣୁ ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି।

ପୁଣି କେଜ୍ରିୱାଲଙ୍କୁ ସୁପ୍ରିମ୍ ଝଟକା..

- Advertisement -

ସୂଚନାଯୋଗ୍ୟ ହୁମ୍ମା ୧୬ ନମ୍ବର ଜାତୀୟ ରାଜପଥରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନସ୍ଥ ସଂଯୋଗ ରାସ୍ତାଟି ବଟେଶ୍ଵର ପର୍ଯ୍ୟନ୍ତ ଯାଇଛି। ଏହି ରାସ୍ତାରେ କଣ୍ଟିଆଗଡ଼, ଖଟୁଆ କୁଦା, ନୀଳାଦ୍ରୀପୁର ଗ୍ରାମବାସୀ ଏବଂ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶୈବପୀଠ ବଟେଶ୍ଵର ପୀଠକୁ ଉକ୍ତ ରାସ୍ତାରେ ପର୍ଯ୍ୟଟକ ମାନେ ଯିବା ଆସିବା କରୁଥିବା ବେଳେ ବିଭିନ୍ନ ଅଞ୍ଚଳରୁ ପିକନିକ ଗାଡିମାନ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି। ବର୍ତମାନ ପାନୀୟ ଜଳ ଯୋଗାଣ ପାଇଁ ବସୁଧା ଯୋଜନାରେ ବିଭିନ୍ନ ଗ୍ରାମକୁ ପାଇପ ଲାଇନ ଯାଇଛି ଉକ୍ତ ରାସ୍ତା ପାର୍ଶ୍ଵରେ। ଗତ କିଛି ଦିନ ହେଲା ପାଇପ ଲାଇନରେ ଗାତଟି ଖୋଳା ଯାଇଛି। ଖୋଳା ଯାଇଥିବା ଗାତଟି ପାଞ୍ଚ ଦିନରୁ ଅଧିକ ହେବ ହେବ ଖୋଲା ପଡିଛି। ତୁରନ୍ତ ପାଇପ ସଂଯୋଗ କରି ଗାତଟି ତୁରନ୍ତ ପୋତିବା ପାଇଁ ବିଭାଗୀୟ ପଦକ୍ଷେପ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories