www.samajalive.in
Saturday, December 6, 2025
23.1 C
Bhubaneswar

ଆଇଫୋନ୍‌‌ କିଣୁଥିଲେ ହୋଇଯାଆନ୍ତୁ ସତର୍କ… ବର୍ଷକରେ ଖରାପ ହୋଇଯାଉଛି ଏହି ମଡେଲର ବ୍ୟାଟେରି !

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌‌ କମ୍ପାନୀଗୁଡ଼ିକ ମଧ୍ୟରେ ଆପଲ ଆଇଫୋନ ସବୁଠୁ ଦାମୀ ବ୍ରାଣ୍ଡ। ବହୁ ଯୁବପିଢ଼ି ଏହି ଫୋନ୍‌‌ ମୋହରେ ପଡ଼ନ୍ତି। ଏହି ଦାମୀ ଫୋନ ବ୍ୟବହାର ପାଇଁ କିଛି ପିଲା ଧାରକରଜ କରିବାକୁ ମଧ୍ୟ ପଛାନ୍ତି ନାହିଁ। ତେବେ ଏପରି ଇଚ୍ଛା ରଖୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। କାରଣ ଆଇଫୋନ ୧୫ ମଡେଲର ବ୍ୟାଟେରି ବର୍ଷେ ଯାଉ ନାହିଁ। ଯେଉଁଥିପାଇଁ ବ୍ୟବହାରକାରୀଙ୍କୁ ବାରମ୍ବାର ମୋବାଇଲ ଚାର୍ଜ କରିବାକୁ ପଡ଼ୁଛି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା।

ପ୍ରକୃତରେ ଆଇଫୋନ ୧୫ରେ ଟାଇପ ସି ଚାର୍ଜିଂ କେବୁଲ ଦିଆଯାଉଛି। ଏହା ଏକ ୟୁନିଭର୍ସାଲ ଚାର୍ଜିଂ ପୋର୍ଟ। ଅର୍ଥାତ ଆପଣ ଚାହିଁଲେ ଆଇଫୋନ ୧୫କୁ ଯେକୌଣସି ଆଣ୍ଡ୍ରଏଡ୍‌‌ ଫୋନ୍‌‌ର ଚାର୍ଜର ଦ୍ୱାରା ଚାର୍ଜ କରିପାରିବେ। ଯାହାକୁ ନେଇ ଉପୁଜୁଛି ସମସ୍ୟା। ରିପୋର୍ଟ ଅନୁସାରେ, ଅନ୍ୟ ମୋବାଇଲ ଚାର୍ଜର ଦ୍ୱାରା ଆଇଫୋନ ୧୫ ମୋବାଇଲ ଚାର୍ଜ କଲେ ଏହାର ବ୍ୟାଟେରି ଜଲଦି ଖରାପ ହୋଇଯାଉଛି। ଆଇଫୋନ ୧୪ର ବ୍ୟାଟେରି ୨ ବର୍ଷ ପରେ ବି ୯୦ ପ୍ରତିଶତ ଭଲ ରହୁଛି। କିନ୍ତୁ ୭/୮ ମାସର ଆଇଫୋନ ୧୫ ବ୍ୟାଟେରି ପର୍ଫମାନ୍ସ ୯୦ ପ୍ରତିଶତକୁ ଖସି ଆସୁଛି। କେବଳ ଅନ୍ୟ ଚାର୍ଜର ଦ୍ୱାରା ଏହି ମୋବାଇଲ ଚାର୍ଜ କରିବା ଫଳରେ ଏଭଳି ସମସ୍ୟା ହେଉଥିବା କୁହାଯାଉଛି।

- Advertisement -

ଆଇଫୋନ ୧୫ ବ୍ୟବହାରକାରୀମାନେ ୧୨୦ ଏବଂ ୧୦୦ ୱାଟ୍‌‌ ଫାଷ୍ଟ ଚାର୍ଜର ଦ୍ୱାରା ଏହାକୁ ଚାର୍ଜ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଏହି ମଡେଲ ୧୦୦ ଏବଂ ୧୨୦ ୱାଟ୍‌‌ ଫାଷ୍ଟ ଚାର୍ଜରକୁ ସପୋର୍ଟ କରୁନାହିଁ। ଯାହା ବିଷୟରେ ବ୍ୟବହାରକାରୀମାନେ ଜାଣି ନାହାନ୍ତି ଏବଂ ସେମାନେ ଏବେ ସମସ୍ୟାରେ ପଡୁଛନ୍ତି।
ତେଣୁ ଆଇଫୋନ ୧୫ ମଡେଲ କିଣୁଥିଲେ ବ୍ୟବହାରକାରୀଙ୍କୁ ଆରମ୍ଭରୁ ସତର୍କ ହେବା ଦରକାର। ସତର୍କତା ସ୍ୱରୂପ ଏହି ମଡେଲକୁ ସର୍ବଦା ଆପଲ କମ୍ପାନୀ ଦେଉଥିବା ଚାର୍ଜର ଏବଂ ଚାର୍ଜିଂ କେବୁଲ ଦ୍ୱାରା ଚାର୍ଜ କରାଯିବା ଉଚିତ। ୯୦ ୱାଟ୍‌‌, ୧୦୦ ଏବଂ ୧୨୦ ୱାଟ ଫାଷ୍ଟ ଚାର୍ଜରରେ ଏହାକୁ ଚାର୍ଜ କରିବା ଅନୁଚିତ। ଏହା ସହିତ ଏକକାଳୀନ ଏହାକୁ ୧୦୦ ପ୍ରତିଶତ ଚାର୍ଜ କରିବା ଅନାବଶ୍ୟକ। ବ୍ୟାଟେରିକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ସର୍ବଦା ଚାର୍ଜକୁ ୨୦ରୁ ୮୦ ପ୍ରତିଶତ ମଧ୍ୟରେ ରଖିବା ଦରକାର।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories