www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତର ୧ଟଙ୍କା ଏହି ଦେଶରେ ୫୦୦ ଟଙ୍କା ସହ ସମାନ

ସମାଜ ଡିଜିଟାଲ ଡେସ୍କ: ପୃଥିବୀର ସବୁ ଦେଶରେ ବିଭିନ୍ନ ମୁଦ୍ରା ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ଭାରତର ୧ଟଙ୍କା ୫୦୦ ଟଙ୍କା ସହିତ ସମାନ । ଏହି ଦେଶ ବିଶ୍ୱର ବୃହତ୍ତମ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରେ ରହିଛି । କିନ୍ତୁ ଆମେରିକାର ପ୍ରତିବନ୍ଧକ ଯୋଗୁଁ ସେହି ଦେଶର ଅର୍ଥବ୍ୟବସ୍ଥା ଖରାପ ହୋଇଯାଇଛି । ଆମେ କହୁଛୁ ଇରାନ ଦେଶ କଥା । ଚାଲନ୍ତୁ ଜାଣିବା କାହିଁକି ଭାରତର ୧ଟଙ୍କା ଇରାନର ୫୦୦ ରିୟାଲ ସହିତ ସମାନ ।
ଇରାନରେ ୧ଟଙ୍କାର ମୂଲ୍ୟ: ଇରାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଖରାପ ରହିଛି । ଭାରତର ଗୋଟିଏ ଟଙ୍କା ଇରାନର ୫୦୭.୨୨ ଇରାନିୟନ ରିୟାଲ ସହିତ ସମାନ । ଏହାର ଅର୍ଥ ଯଦି କୌଣସି ଭାରତୀୟ ୨୦ହଜାର ଟଙ୍କା ନେଇ ଇରାନକୁ ଯିବ, ତେବେ ସେଠାରେ ତାଙ୍କୁ ବହୁତ ଟଙ୍କା ମିଳିବ । ସେହିପରି ଇରାନରେ ଡଲାର ରଖିବା ଏକ ବଡ ଅପରାଧ । ତେବେ ଟଙ୍କା ରଖିବା ଉପରେ କୌଣସି ପଦକ୍ଷେପ ନିଆଯାଇନଥାଏ । କାରଣ ଇରାନ ଗତ କିଛି ବର୍ଷ ଧରି ଡଲାର ଗ୍ରହଣ କରିବା ବନ୍ଦ କରିଦେଇଛି । ବର୍ତ୍ତମାନ କେବଳ ସ୍ଥାନୀୟ ମୁଦ୍ରାରେ ଭାତର ସମେତ ଅନେକ ଦେଶ ସହିତ ବ୍ୟବସାୟ କରୁଛି ଇରାନ ।
ରିୟାଲ ଇରାନରେ ଏକ ପୁରୁଣା ମୁଦ୍ରା ଅଟେ । ଏହା ପ୍ରଥମେ ୧୭୯୮ ମସିହାରେ ପ୍ରଚଳିତ ହୋଇଥିଲା । କିନ୍ତୁ ୧୮୨୫ ମସିହାରେ ରିୟାଲ ବନ୍ଦ ହୋଇ ବରବର୍ତ୍ତୀ ସମୟରେ ପୁନର୍ବାର ଜାରି କରାଯାଇଥିଲା । ରିୟାଲ ୨୦୧୨ ପରଠାରୁ ଦ୍ରୁତ ଗତିରେ ଖସିବା ଆରମ୍ଭ ହୋଇଛି । ଜୁନ ୨୦୧୮ରୁ ୨୦୨୦ ଜୁନ୍‍ ସୁଦ୍ଧା ରିୟାଲ ପ୍ରାୟ ପାଞ୍ଚ ଗୁଣା ହ୍ରାସ ପାଇଛି । ୨୦୨୨ରେ ଇରାନର ମୁଦ୍ରାସ୍ଫତି ୪୨.୪ପ୍ରତିଶତ ରହିଥିଲା । ଯାହାକି ଦୁନିଆର ସବୁଠାରୁ ଅଧିକ ମୁଦ୍ରାସ୍ଫତି ଥିଲା । ଏହି କାରଣ ପାଇଁ ସେଠାରେ ବେରୋଜଗାର ବଢିଥିଲା ।
ଇରାନରେ ପ୍ରକୃତିର ଚମତ୍କାର ଦୃଶ୍ୟ ସହିତ ଅବିଶ୍ୱସନୀୟ ସ୍ଥାପତ୍ୟ ରହିଛି । ଏହି ପର୍ଯ୍ୟଟନସ୍ଥଳୀ ସବୁ ବୁଲିବାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ଲୋକମାନେ ଅତିଥିମାନଙ୍କୁ ସ୍ୱାଗତ କରିଥାନ୍ତି । ଏଠାରେ ଥିବା ସଭ୍ୟତା ୭୦୦ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ ।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories