BJD Bijuli 480×75 Mob

ଏହି ଦୁଇ ଲୋକସଭା ଆସନରୁ ଲଢିପାରନ୍ତିି ରାହୁଲ!

BJD Bijuli 480×75 Mob

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟିନାଡ୍ ଆସନ ଛାଡିପାରନ୍ତି। ନ୍ୟୁଜ୍ ୧୮ ସୂତ୍ରରୁ ଜଣାପଡିଛି ଯେ ପୂର୍ବତନ କଂଗ୍ରେସ ସଭାପତି ଏଥର ୱାୟିନାଡରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ନ କରିବାର ଆଲୋଚନା ହେଉଛି। ରିପୋର୍ଟ ଅନୁଯାୟୀ ରାହୁଲ ୨୦୨୪ ସାଧାରଣ ନିର୍ବାଚନରେ ୨ଟି ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି। ବିଶେଷ ସୂତ୍ରରୁ ଖବର ମିଳିଛି ଯେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ଗୋଟିଏ ଆସନ ଏବଂ ଉତ୍ତରପ୍ରଦେଶର ଗୋଟିଏ ଆସନରୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ରାହୁଲ ୱାୟିନାଡର ଜଣେ ସାଂସଦ। ଯିଏକି ୨୦୧୯ ନିର୍ବାଚନରେ ୪ ଲକ୍ଷରୁ ଅଧିକ ଭୋଟରେ ଜିତିଥିଲେ। ଏଥିସହ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ୨୦୧୯ରେ ଆମେଥୀ ଆସନରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଥିଲେ। ବିଜେପି ପ୍ରାର୍ଥୀ ୫୫ ହଜାରରୁ ଅଧିକ ଭୋଟରେ ଜିତିଥିଲେ। ତେବେ ରାହୁଲ ଗାନ୍ଧୀଙ୍କ ବିଷୟରେ ଏହି ଖବର ଏପରି ସମୟରେ ଆସିଛି , ଯେତେବେଳେ କେରଳର ଏଲଡିଫର ଅଂଶବିଶେଷ ଥିବା କମ୍ୟୁନିଷ୍ଟ ପାର୍ଟି ଲୋକସଭା ନିର୍ବାଚନ ପାଇଁ ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ମାସ ତଳେ ତୃତୀୟ ଥର ପାଇଁ କେରଳ ଗସ୍ତ କରିବାକୁ ଯାଉଛନ୍ତି। ଯାହା ଦଳୀୟ କର୍ମୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ଘଟାଇଛି।

Comments are closed.