www.samajalive.in
Monday, December 15, 2025
24.1 C
Bhubaneswar

ଧାମନଗରରେ ଲୁଟେରାଙ୍କ ଆତଙ୍କରାଜ ; ଝାମ୍ପିନେଲେ ସୁନା ହାର, ରୁପା ମୁଦି

ଦୋବାଲ : ଭଦ୍ରକ ଜିଲ୍ଲା ଧାମନଗର ଫଳପୁର ରାସ୍ତାରେ ଲୁଟେରାଙ୍କ ଆତଙ୍କରାଜ। ରାମେଶ୍ବରପୁର ଗେଟ୍ ପାଖରେ ୨ଜଣ ଦୁର୍ବୃତ୍ତ ବଡି ଭୋରୁ ରାସ୍ତାରେ ସ୍କୁଟିରେ ଯାଉଥିବା ଯୁବତୀଙ୍କ ଠାରୁ ସୁନା ହାର, ରୁପା ମୁଦି ଝାମ୍ପିନେବା ସହ ସ୍କୁଟି ଭାଙ୍ଗିଦେଇଥିବା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ, ପଧାନୀ ପଞ୍ଚାୟତର କଣ୍ଟଦା ଗ୍ରାମର ସୁଧୀର କୁମାର ପତିଙ୍କ ଝିଅ ସୁଭସ୍ମିତା ପତି(୨୦) ଶୁକ୍ରବାର ବଡ଼ି ଭୋରୁ ସ୍କୁଟି ସାହାଯ୍ୟରେ ବାପାଙ୍କୁ ସାଥିରେ ଧରି ଧାମନଗର ଅଭିମୁଖେ ଯାଇଥିଲେ। ବାପାଙ୍କର କଲିକତା ଯିବାର ଥିବାରୁ ଝିଅ ତାଙ୍କୁ ଧାମନଗର ଛାଡ଼ି ଏକା ଘରକୁ ଫେରୁଥିଲେ। ହଠାତ୍‌‌ ରାମେଶ୍ବରପୁର ଗେଟ୍ ନିକଟରେ ୨ଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ପଛରୁ ଆସି ସୁଭସ୍ମିତାକୁ ଧକ୍କା ଦେଇଥିଲେ। ସୁଭସ୍ମିତା ତଳେ ପଡିଯିବାରୁ ପିନ୍ଧିଥିବା ସୁନା ଅଳଙ୍କାର ଛଡାଇ ନେଇଥିଲେ। ସେହି ସମୟରେ ସାମ୍ନାରୁ ଅନ୍ୟ ଗାଡି ଲାଇଟ୍ ପଡ଼ିବାରୁ ଦୁର୍ବୃତ୍ତ ମାନେ ପଳାଇଥିଲେ। ଏହାକୁ ନେଇ ବାପା ସୁଧୀର ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧାମନଗର ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି। ତେବେ ପ୍ରେମ ଜନିତ କାରଣରୁ ଏଭଳି ଘଟଣା ହୋଇଥିବା ଚର୍ଚ୍ଚା ହେଉଛି। ଏହାକୁ ପରିବାର ଲୋକେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷେ ଏହି ନିଛାଟିଆ ରାସ୍ତାରେ ପୁଲିସ ପଇଁନ୍ତରା ନହେବାରୁ ଲୁଟେରା ମାନେ ବିଭିନ୍ନ ସମୟରେ ଛିନ୍‌‌ତାଇ ଭଳି ଆତଙ୍କରାଜ ଘଟାଉଥିବା ଅଭିଯୋଗ ହେଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories