www.samajalive.in
Monday, December 8, 2025
13.1 C
Bhubaneswar

୭କେଜି ଗଞ୍ଜେଇ ଜବତ ଜଣେ କୋର୍ଟ ଚାଲାଣ

ଦେଓଗାଁ : ଦେଓଗାଁ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ ଉପରେ ଦେଓଗାଁ ଦମକଳ କେନ୍ଦ୍ର ନିକଟରେ ପୁଲିସ ଚଢ଼ାଉ କରି ୭ କେଜି ଗଞ୍ଜେଇ ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ଗତ ଗୁରୁବାର ଦିନ ଦେଓଗାଁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଅଗ୍ନିଶମ ଅଫିସ ନିକଟରେ ଛିଡ଼ା ହୋଇଥିବା ଦୁଇ ଜଣ ଯୁବକଙ୍କ ଉପରେ ଚଢ଼ାଉ କରିଥିଲେ। ହେଲେ ଜଣକୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିଲେ। କିନ୍ତୁ ଚଢ଼ାଉ ସ୍ଥାନରୁ ଦୁଇଟି ଏୟାର ବ୍ୟାଗ ମିଳିଥିଲା ତାହାକୁ ତଲାସି କରିବା ପରେ ସେଠାରେ ୭ ପ୍ୟାକେଟ ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇକୁ ଜବତ କରି ଓଜନ କରିବା ପରେ ତାହା ୭ କେଜି ହୋଇଥିଲା। ଏନେଇ ଦେଓଗାଁ ପୁଲିସ କେଶ ନମ୍ବର ୪୨ରେ ଏକ ମାମଲା ରୁଜୁ କରି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଳିଆ ପାଲି ଗାଁର ମହାଦେବ ରଣାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତ୍ୟା ସୂଚନା ଦେଇଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories