www.samajalive.in
Sunday, December 7, 2025
26.1 C
Bhubaneswar

ହଠାତ୍ ବଢିଲା ପିଆଜ ଦର: କେତେ ରହିଛି ଆସନ୍ତୁ ଜାଣିବା…

ନାସିକ: ନାସିକର ଲାସାଲଗାଓଁ ମଣ୍ଡିରେ  ସୋମବାର ପିଆଜର ହାରାହାରି ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇଛି। ଶନିବାର ପିଆଜ କ୍ବିଣ୍ଟାଲ ପିଛା ମୂଲ୍ୟ  ୧୨୮୦ ଥିବାବେଳେ ସୋମବାର ଦିନ କ୍ବିଣ୍ଟାଲ ପିଛା ୧୮୦୦ ଟଙ୍କାକୁ ବୃଦ୍ଧି ଘଟିଛି। ସୋମବାର ପ୍ରାୟ  ୧୦ ହଜାର କ୍ବିଣ୍ଟାଲ ପିଆଜ ନିଲାମ କରାଯାଇଥିଲା। ସର୍ବନିମ୍ନ ହୋଲସେଲ ମୂଲ୍ୟ ହଜାରେ ଏବଂ କ୍ବିଣ୍ଟାଲ ପିଛା ୨୧୦୦ ଟଙ୍କା ରେକର୍ଡ କରାଯାଇଥିଲା। ଜଣେ ଏପିଏମସି ଅଧିକାରୀଙ୍କ କହିବା ଅନୁଯାୟୀ ପିଆଜ ରପ୍ତାନୀକାରୀମାନେ ବିଦେଶ ବଜାରରେ ପିଆଜ ବିକ୍ରି କରିବା ପାଇଁ ପିଆଜ କିଣିବା ଆରମ୍ଭ କରିଛନ୍ତି। ଖୁଚୁରା ବଜାର ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଦେଶରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ୍ ପିଛା ୩୨ ଟଙ୍କା ୨୬ ପଇସା। ତେବେ କେତେକ ସ୍ଥାନରେ ଏହା କିଲୋଗ୍ରାମ୍ ପିଛା ୧୫ ଟଙ୍କାରେ କିମ୍ବା ୮୦ ଟଙ୍କାରେ ବିକ୍ରି ହେଉଛି। ଅବଶ୍ୟ ଅଧିକାଂଶ ସହରରେ ଏହା କିଲୋଗ୍ରାମ୍ ପିଛା ୨୫ରୁ ୩୦ ଟଙ୍କା ରହିଛି। ଗ୍ରାହକ ମନ୍ତ୍ରାଳୟର ୱେସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସୋମବାର ମିଜୋରାମରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ୍ ପିଛା ୬୯.୪୫ଟଙ୍କା ଥିଲା। ସେହିପରି ହରିୟାଣାରେ  ୪୦.୨୫, ଚଣ୍ଡିଗଡରେ ୩୭ ଟଙ୍କା, ରାଜସ୍ଥାନରେ ୩୬.୭୨ , ଗୁଜୁରାଟରେ ୩୪.୬୭ ଏବଂ ଉତ୍ତରପ୍ରଦେଶରେ ୨୯.୪୫ ଟଙ୍କାରେ ବିକ୍ରି ହେଉଛି। ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ଯୋଗୁଁ ଗତବର୍ଷ ଡିସେମ୍ବର ମାସରେ ପିଆଜ ଦର ହ୍ରାସ ପାଇଥିଲା। ହେଲେ ପିଆଜ ରପ୍ତାନୀ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ କେନ୍ଦ୍ରର ନିଷ୍ପତ୍ତି ଘୋଷଣା ହେବାର ଗୋଟିଏ ଦିନ ପରେ ପିଆଜ ଦର ପୁର୍ନବାର ବୃଦ୍ଧି ପାଇଲା। ରପ୍ତାନୀ ଉପରେ ପ୍ରତିବନ୍ଧକ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି। କେନ୍ଦ୍ର ମନ୍ତ୍ରୀ ଭାରତୀ ପାୱାର କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ବରେ କେନ୍ଦ୍ରସରକାରଙ୍କ ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦେଶର ସର୍ବବୃହତ୍ ହୋଲସେଲ ପିଆଜ ବଜାର ଲାସାଲଗାଓଁରେ ହାରାହାରି ପିଆଜ ମୂଲ୍ୟ ଉପରେ ଏହାର ପ୍ରଭାବ ପଡିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories