www.samajalive.in
Monday, December 15, 2025
24.1 C
Bhubaneswar

ଏମକ୍ୟୁ-୯ବି ଡ୍ରୋନ୍ କିଣିବା ନେଇ ଭାରତୀୟ ନୌସେନାର ମୋହର

ନୂଆଦିଲ୍ଲୀ : ଆମେରିକା ଭାରତକୁ ୩୧ ଏମକ୍ୟୁ-୯ବି ସଶସ୍ତ୍ର ଡ୍ରୋନର ବିକ୍ରି ପାଇଁ ଗତ ସପ୍ତାହରେ ମଞ୍ଜୁରି ଦେଇଥିଲା । ଭାରତୀୟ ନୌସେନା ପ୍ରମୁଖ ଆଡମିରଲ ଆର୍ ହରି କୁମାର ରବିବାର ସୂଚନା ଦେଇଛନ୍ତି କି ଡ୍ରୋନ୍ କିଣିବା ପାଇଁ ରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ମଧ୍ୟ ମଞ୍ଜୁରି ଦେଇଦେଇଛି । ଆଗାମୀ କିଛି ମାସରେ ଏହି ଚୁକ୍ତିରେ ହସ୍ତାକ୍ଷର କରାଯିବା ଆଶା କରାଯାଉଛି ।

ସୂଚନା ଅନୁସାରେ ୩୧ରୁ ୧୫ସି-ଗାର୍ଡିୟନ ଡ୍ରୋନ୍ ନୌସେନାକୁ ମିଳିବ ଏବଂ ୮ଟି ସ୍ଥଳ ସେନା ଏବଂ ୮ଟି ବାୟୁ ସେନାକୁ ପ୍ରଦାନ କରାଯିବ । ପ୍ରାୟ ୪ ବିଲିୟନ୍ ଡଲାରରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି ଏବଂ ଏଥିରେ ଅନ୍ୟ କିଛି ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଉପକରଣ ସାମିଲ ହେବ । ଏହି ଡ୍ରୋନର ଚୁକ୍ତି ପରେ ଭାରତର ନୌସେନା ଅଧିକ ମଜଭୁତ ହେବ ଏବଂ ସେନାର କ୍ଷମତା ବୃଦ୍ଧି ପାଇବ ।

- Advertisement -

କହିରଖୁଛୁ ବିଶାଖାପଟନମରେ  ଖୁବ ଶୀଘ୍ର ଭାରତୀୟ ନୌସେନାର ଯୁଦ୍ଧାଭାସ ହେବାକୁ ଯାଉଛି । ଏହି ଯୁଦ୍ଧାଭାସ ପାଇଁ ମଞ୍ଚ ପ୍ରସ୍ତୁତ ହୋଇସାରିଛି ଏବଂ ଏହା ବର୍ତ୍ତମାନ ପର୍ଯ୍ୟନ୍ତର ସବୁଠାରୁ ବଡ ବହୁପକ୍ଷୀୟ ନୌସେନା ଅଭ୍ୟାସ । ଏହି ଅବସରରେ ନୌସେନା ପ୍ରମୁଖ ଆଡମିରଲ ହରି କୁମାର କହିଛନ୍ତି କି ‘ମିଲନ ଅଭ୍ୟାସ ବାସ୍ତବରେ ଏପର୍ଯ୍ୟନ୍ତର ସବୁଠାରୁ ବଡ ନୌସୈନିକ ଅଭ୍ୟାସ ।’

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories