ଟାଟା ଗ୍ରୁପ୍ ଲଗାଇବ ସେମିକଣ୍ଡକ୍ଟର ପ୍ଲାଣ୍ଟ

ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର ବଡ ପରିମାଣରେ ସେମିକଣ୍ଡକ୍ଟର ଉତ୍ପାଦନ ହେବ । ଦେଶରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ନିର୍ମାଣ ପାଇଁ ଇସ୍ରାଏଲର ଟାଓ୍ବର ସେମିକଣ୍ଡକ୍ଟର ସମେତ ଟାଟା ଗ୍ରୁପ୍ ମଧ୍ୟ ପ୍ରସ୍ତାବ ଦେଇଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ରବିବାର ଏହି ପ୍ରସ୍ତାବ ସମ୍ପର୍କରେ ସୂଚନା କହିଛନ୍ତି କି ସରକାରଙ୍କୁ ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ୪ଟି ପ୍ରସ୍ତାବ ମିଳିଛି ।  ଏହା ସହିତ ଚିପ୍ ଆସେମ୍ବଲ, ଟେଷ୍ଟିଂ, ମନିଟରିଂ ଏବଂ ପ୍ୟାକେଜିଂ ପାଇଁ ୧୩ଟି କମ୍ପାନୀ ଆଗ୍ରହ ଦେଖାଇଛନ୍ତି ।

ରାଜୀବ ଚନ୍ଦ୍ରଶେଖର କହିଛନ୍ତି କି ଦେଶରେ ୨ଟି ବଡ ସେମିକଣ୍ଡକ୍ଟର ପ୍ଲାଣ୍ଟ ଲାଗିବ । ଏଥିରୁ ଗୋଟିଏ ଟାଓ୍ବର ସେମିକଣ୍ଡକ୍ଟରର ହୋଇପାରେ । ଇସ୍ରାଏଲର ଟାଓ୍ବର ପ୍ଲାଣ୍ଟରେ ୮ ଅରବ ଡଲାର ନିବେଶ କରିବାକୁ ପ୍ରସ୍ତାବ ଦେଇଛି । ଏହା ସହିତ ଆଉ ଏକ ପ୍ରସ୍ତାବ ଟାଟା ତରଫରୁ ଆସିଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି କି ଭାରତ ସେମିକଣ୍ଡକ୍ଟର ଉତ୍ପାଦନରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସାମିଲ ହେବାକୁ ଯାଉଛି । ବିଭିନ୍ନ କମ୍ପାନୀମାନେ କୋଟି କୋଟି ଟଙ୍କା ନିବେଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସେ ଏହା ମଧ୍ୟ ସୂଚନା ଦେଇଛନ୍ତି କି ଏହି ପ୍ଲାଣ୍ଟରେ ୬୫, ୪୦ ଓ ୨୮ ନାନୋମିଟର ପ୍ରଯୁକ୍ତିବିଦ୍ୟାରେ ସେମିକଣ୍ଡକ୍ଟର ପ୍ରସ୍ତୁତ କରାଯିବ । ଅନ୍ୟ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି । ସେ କହିଛନ୍ତି କି ଏହି ପ୍ରସ୍ତାବକୁ ଚୟନ କରିବା ପୂର୍ବରୁ ବିଚାର ବିମର୍ଷ ଚାଲିଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଯିବ । କେନ୍ଦ୍ରମନ୍ତ୍ରୀ ଟାଓ୍ବର ସେମିକଣ୍ଡକ୍ଟର ବ୍ୟତୀତ ଟାଟା ଗ୍ରୁପର ପ୍ରସ୍ତାବ ଉପରେ ମଧ୍ୟ ମୋହର ଲଗାଇଛନ୍ତି । ଏହି ୨ଟି ପ୍ରସ୍ତାବ ଉପରେ ବଡ ଧରଣର ନିବେଶ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.