www.samajalive.in
Saturday, December 6, 2025
16.1 C
Bhubaneswar

କପି କଲେ ଯିବେ ଜେଲ, ପରୀକ୍ଷା ଦୁର୍ନୀତି ନିବାରଣ ବିଧେୟକକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ଡେସ୍କ: ପରୀକ୍ଷା ଦୁର୍ନୀତି ନିବାରଣ ବିଧେୟକ ୨୦୨୪କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନୁମୋଦନ ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ବଜେଟ୍ ଅଧିବେଶନରେ ଏହି ବିଲ୍ ସଂସଦରେ ପାରିତ ହୋଇଥିଲା।

ବସନ୍ତ ପଞ୍ଚମୀ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

- Advertisement -

ସାର୍ବଜନୀନ ପରୀକ୍ଷାରେ ଜାଲିଆତି ଏବଂ ଅନ୍ୟାୟ ଉପାୟକୁ ରୋକିବା ଉଦ୍ଦେଶ୍ୟରେ ଏହି ବିଧେୟକ ପ୍ରସ୍ତୁତ କରାଯାଇଛି। ସାର୍ବଜନୀନ ପରୀକ୍ଷା କେନ୍ଦ୍ର ଲୋକସେବା ଆୟୋଗ, ଷ୍ଟାଫ୍ ସିଲେକ୍ସନ କମିଶନ, ରେଳବାଇ ନିଯୁକ୍ତି ବୋର୍ଡ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ କେନ୍ଦ୍ର ସରକାରଙ୍କ ବିଭାଗ ଦ୍ୱାରା ପରିଚାଳିତ ପରୀକ୍ଷାକୁ ବୁଝାଏ। ପ୍ରଶ୍ନପତ୍ର କିମ୍ବା ଉତ୍ତର ଲିକ୍ କରିବା, ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବା, କମ୍ପ୍ୟୁଟର ନେଟୱାର୍କରେ ତ୍ରୁଟି କରିବା, ନକଲି ପରୀକ୍ଷା କରିବା, ନକଲି ଆଡମିଟ୍ କାର୍ଡ ଜାରି କରିବା ଆଦି ଏଥିରେ ଅନ୍ତର୍ଭୁକ୍ତ।

ଅସ୍ପଷ୍ଟ ପାକିସ୍ତାନ ରାଜନୀତି, କିଏ ଗଢ଼ିବ ସରକାର?

ଏହି ବିଧେୟକର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା, ନିରପେକ୍ଷତା ଏବଂ ବିଶ୍ୱସନୀୟତା ଫେରାଇ ଆଣିବା ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଯେ ସେମାନଙ୍କ ଆନ୍ତରିକ ପ୍ରୟାସକୁ ଉପଯୁକ୍ତ ପୁରସ୍କୃତ କରାଯିବ ଏବଂ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ। ବିଧେୟକ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆଇନ ପରିସରରୁ ବାଦ୍ ଦିଆଯାଇଛି, ଯେଉଁମାନେ ଅନୁଷ୍ଠାନ ଓ ପରୀକ୍ଷା ବ୍ୟବସ୍ଥାରେ ହେରଫେର କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୋଷୀ ସାବ୍ୟସ୍ତ ହେଲେ ୩ରୁ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୧୦ ଲକ୍ଷରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏହି ବିଧେୟକ ଅଧୀନରେ ଥିବା ସମସ୍ତ ଅପରାଧ ଜାମିନ ବିହୀନ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories