www.samajalive.in
Saturday, December 6, 2025
14.1 C
Bhubaneswar

ଅସ୍ପଷ୍ଟ ପାକିସ୍ତାନ ରାଜନୀତି, କିଏ ଗଢ଼ିବ ସରକାର?

ଡେସ୍କ: ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରୁ ଓହରି ଯାଇଛନ୍ତି। ଇସଲାମାବାଦରେ ପାକିସ୍ତାନ ପିପୁଲ୍ସ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭୁଟ୍ଟୋ କହିଛନ୍ତି ଯେ ତାଙ୍କ ଦଳ ସରକାରରେ ସାମିଲ ନ ହୋଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜକୁ ସମର୍ଥନ କରିବ। ସରକାର ଗଠନ ଏବଂ ରାଜନୈତିକ ସ୍ଥିରତା ଉପରେ ଆଲୋଚନା କରିବା ପାଇଁ ତାଙ୍କ ଦଳ ଅନ୍ୟ ରାଜନୈତିକ ଦଳମାନଙ୍କ ସହ ମିଶି ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛି।

ବସନ୍ତ ପଞ୍ଚମୀ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

- Advertisement -

ସେପଟେ ପାକିସ୍ତାନ ମୁସଲିମ ଲିଗ୍ ନୱାଜର ଜଣେ ମୁଖପାତ୍ର କହିଛନ୍ତି ଯେ ଦଳର ନେତା ନୱାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କ ଭାଇ ଶାହବାଜ ସରିଫଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ।

ଭାଲେଣ୍ଟାଇନ୍ ଡେ’ରେ ମିଳିବ ପ୍ରକୃତ ପ୍ରେମ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ

ପାକିସ୍ତାନ ତେହରିକ-ଏ-ଇନସାଫର ପ୍ରତିଷ୍ଠାତା ତଥା ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କୌଣସି ପ୍ରମୁଖ ରାଜନୈତିକ ଦଳ ସହ ମେଣ୍ଟ ସରକାରରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟି ଏବଂ ଏହାର ସହଯୋଗୀ ଦଳ ୨୬୪ ଆସନରୁ ୯୫ଟି ଆସନରେ ବିଜୟୀ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍-ନୱାଜ ୭୫ଟି ଆସନ ଜିତିଥିବା ବେଳେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନରେ ବିଜୟୀ ହୋଇଛି। କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ନ ମିଳିବାରୁ ମେଣ୍ଟ ସରକାର ଗଠନ ପାଇଁ ଆଲୋଚନା ଚାଲିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories