ହାତ ଛାଡିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି

ଭୁବନେଶ୍ବର: କଂଗ୍ରେସକୁ ଆଉ ଏକ ବଡ ଝଟକା। ଦଳ ଛାଡିଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି।  ଅଂଶୁମାନ୍ କେନ୍ଦ୍ରାପଡା ରାଜନଗରରୁ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସର ଯୁବ ଚେହେରା ଥିଲେ । ତେବେ ଅଂଶୁମାନ୍ ଙ୍କ ଇସ୍ତଫା ଦଳ ପାଇଁ ଏକ ଝଟକା। ଦୁଇ ଦିନ ତଳେ ଅତାବିରା ପୂର୍ବତନ ବିଧାୟକ ଦଳ ଛାଡିଥିଲେ।  ଏବଂ ନିହାର ମହାନନ୍ଦଙ୍କ ପରେ ଅଂଶୁମାନ ମହାନ୍ତି କଂଗ୍ରେସ ଛାଡିଛନ୍ତି।

Comments are closed.