www.samajalive.in
Sunday, December 7, 2025
26.1 C
Bhubaneswar

ଗୁରୁବାର ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ୍‌ ଟୁରିଜିମ କର୍ପୋରେସନ(ଆଇଆରସିଟିସି)ସହଯୋଗରେ ଗୁରୁବାର ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ। କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଓ ଢେଙ୍କାନାଳ ଜିଲାର ୯୬୦ ବରିଷ୍ଠ ନାଗରିକ ଓ ୪୦ ଏସକର୍ଟ ଅଧିକାରୀଙ୍କୁ ନେଇ ତିରୁପତି ଭେଲୁର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ବର ଷ୍ଟେସନରୁ ସେମାନଙ୍କ ଯାତ୍ରା ଆରମ୍ଭ ହୋଇ ଆସନ୍ତା ୧୩ ତାରିଖରେ ଶେଷ ହେବ। ଏନେଇ ସେମାନଙ୍କ ଯାତ୍ରା ପାଇଁ ପର୍ଯ୍ୟଟନ ବିଭାଗ, ଜିଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଭ୍ରମଣରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬୦ ବର୍ଷରୁ ଅଧିକ ୭୫ବର୍ଷରୁ କମ ବୟସ୍କ ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇଛି। ୨୦୨୩-୨୪ର ଆର୍ଥିକ ବର୍ଷରେ ନଭେମ୍ବର ୨୩ରେ ଭୁବନେଶ୍ବର ଷ୍ଟେସନରୁ ପ୍ରଥମ କରି ବରିଷ୍ଠ ନାଗରିକ ହରିଦ୍ବାର ଓ ଋଷିକେଶ ଭ୍ରମଣରେ ଯାଇଥିଲେ। ଏଥର ଦ୍ବିତୀୟ ପର୍ଯ୍ୟାୟରେ ତିରୁପତି ଭେଲୁର ଅଭିମୁଖେ ଯାତ୍ରା କରାଯିବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories