ଭୋଦପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଝୁମ୍ପୁରା: ଚମ୍ପୁଆ ଉପଖଣ୍ଡ ଭୂଇଁପୁର ପଞ୍ଚାୟତ ଅନ୍ତର୍ଗତ ଭୋପଦଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲଳିତ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୫ ନମ୍ବର ଜିଲାପରିଷଦ ସଦସ୍ୟା ତଥା ଜିଲା ବିଜେଡି ମହିଳା ସଭାପତି ରମଣୀ ନାଏକ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରବଚକ ତଥା ସାମାଜିକ କର୍ମୀ ଭାବଗ୍ରାହୀ ମହାନ୍ତ ଯୋଗଦାନ କରିଥିଲେ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ୱର ମହାନ୍ତ ଯୋଗଦାନ କରିଥିଲେ। ପ୍ରତି ପିଲାଙ୍କ ଶରୀରକୁ ସୁସ୍ଥ ସୁନ୍ଦର ଭାବରେ ରଖିବାକୁ ହେଲେ ନିୟମିତ ବ୍ୟାୟମ କରିବା ଜରୁରୀ। ପିଲାଙ୍କ ପ୍ରତିଭାକୁ ବୃଦ୍ଧି କରିବା ନିମନ୍ତେ କ୍ରୀଡା ଜରୁରୀ। ପିଲା ମାନେ ନିୟମିତ ଶାରୀରିକ ବ୍ୟାୟମ କରିବା ଦ୍ୱାରା ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ, ମସ୍ତିଷ୍କରେ ରକ୍ତ ଠିକ୍ ଭାବରେ ସଞ୍ଚାଳନ ହୋଇଥାଏ। ଫଳରେପିଲାଙ୍କ ମନ ପ୍ରଫୁଲିତ ହେବା ସହିତ ଶିକ୍ଷା ଗ୍ରହଣରେ ଆଗ୍ରହ ବଢିଥାଏ ବୋଲି ନିମନ୍ତ୍ରିତ ଅତିଥି କହିଥିଲେ।
ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ୍ୱ ଭାଷଣ ପ୍ରଦାନ କରିଥିଲେ। ସେହିପରି ସହକାରୀ ଶିକ୍ଷକ କେଦାର ନାଥ ପାତ୍ର ମଂଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଚିତ୍ରା ନନ୍ଦ ସାହୁ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାର୍ଦ ଅର୍ପଣ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କାର୍ଯ୍ୟକ୍ରମରେ ଅଭିଭାବକ ଅଭିଭାବିକା, ଗ୍ରାମବାସୀ ତଥା ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା।
Comments are closed.