www.samajalive.in
Monday, December 15, 2025
24.1 C
Bhubaneswar

ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ୱାମୀ

ଫୁଲବାଣୀ/ଦାରିଙ୍ଗବାଡ଼ି: ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ। ଦାରିଙ୍ଗବାଡ଼ି ଥାନା ବି. ଡକେବାଡ଼ି ନିକଟ ବଡ଼ଧାଡ଼ି ଗାଁରେ ଘଟିଛି ଘଟଣା ମୃତକ ଜଣକ ହେଲେ ବଡ଼ଧାଡ଼ି ଗାଁ ଗ୍ରାମର ସାନ୍ତନା ନାୟକ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୋଲିସ ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି. ଡକେବାଡ଼ିର ବରଧାଡ଼ି ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା। ବରଧାଡ଼ି ଗ୍ରାମର ମିଥୁନ ପ୍ରଧାନଙ୍କ ସ୍ତ୍ରୀ ସାନ୍ତନା ନାୟକ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ। ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଗୁରୁବାର ଦିନ ଗ୍ରାମ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବା ବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ। ତାଙ୍କ ସାନ ଭଉଣୀ ଦାରିଙ୍ଗବାଡି ଥାନାକୁ ସୂଚନା ଦେଇଥିଲେ। ପୋଲିସ ସୂଚନା ପାଇ ସଦଳ ବଳେ ମିଥୁନ ପ୍ରଧାନଙ୍କ ଘରେ ପହଞ୍ଚି ତଦନ୍ତ କରିବା ବେଳେ ମିଥୁନ ନିଜ ସ୍ତ୍ରୀ ବେକକୁ ଗାମୁଛାରେ ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରି ଘର ନିକଟରେ ଥିବା ଅରିବାଲି ପାହାଡ଼କୁ ଘୋଷାଡ଼ି ଘୋଷାଡ଼ି ନେଇ ଫୋପାଡ଼ି ଦେଇଥିବା ନେଇ ସ୍ୱୀକାର କରିଥିଲା। ସୂଚନା ମୁତାବକ ମିଥୁନ ୭ ବର୍ଷ ପୂର୍ବେ ସାନ୍ତନାକୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ପୁଅ ରହିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories