www.samajalive.in
Sunday, December 14, 2025
19.1 C
Bhubaneswar

ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ନ ଯିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦୀ

ଡେସ୍କ: ମାର୍ଚ୍ଚ ମାସ ଯାଏଁ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ନ ଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ପ୍ରଧାନମନ୍ତ୍ରୀ କହିଛନ୍ତି, ଅତ୍ୟଧିକ ଭିଡ ହେଉଥିବାରୁ ସେଠାରେ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି ନ କରିବାକୁ ଶ୍ରୀ ମୋଦୀ କହିଛନ୍ତି।

ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ

- Advertisement -

ସେ କହିଛନ୍ତି, ମନ୍ତ୍ରୀମାନେ ସେଠାକୁ ଗଲେ ପ୍ରୋଟୋକଲ ପାଳନ କରିବା ନେଇ ଅସୁବିଧା ସୃଷ୍ଟି ହେବ ଯାହା ଫଳରେ ସାଧାରଣ ଲୋକ ଠିକ ଭାବରେ ଦର୍ଶନ କରିପାରିବେ ନାହିଁ। ଗତକାଲି ୫ ଲକ୍ଷରୁ ଅଧିକ ଭକ୍ତ ରାମ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ଓ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପ୍ରଶାସନ ଅସ୍ଥାୟୀ ଭାବେ ଅଯୋଧ୍ୟା ଯାଉଥିବା ବସଗୁଡିକୁ ଅନ୍ୟ ମାର୍ଗରେ ଛାଡିଥିଲା। ସେଠାରେ ଆଜି ମଧ୍ୟ ୩ ଲକ୍ଷରୁ ଅଧିକ ଦର୍ଶନାର୍ଥୀ ଏକତ୍ରିତ ହୋଇଛନ୍ତି। ସେଥିଲାଗି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବାପା ଚାଷୀ, ମା’ ଗୃହିଣୀ – କନଷ୍ଟେବଳ ପୁଅ ହେଲେ ଉପଜିଲ୍ଲାପାଳ

ଅନ୍ୟପକ୍ଷରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଭିଆଇପି ମାନଙ୍କୁ ସେଠାକୁ ଯିବା ପୂର୍ବରୁ ଆଗୁଆ ଜଣାଇବା ପାଇଁ କହିଛନ୍ତି। ଏକ ସପ୍ତାହ ପୂର୍ବରୁ ରାଜ୍ୟ ସରକାର କିମ୍ବା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଅବଗତ କରାଇବା ପାଇଁ ଯୋଗୀ ଅଦିତ୍ୟନାଥ କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories