www.samajalive.in
Saturday, December 13, 2025
14.1 C
Bhubaneswar

ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଚାଲିଥିବା ସିଆଇଆଇ ଶିଳ୍ପ ସମ୍ମିଳନୀର ଦ୍ବିତୀୟ ଦିନରେ ପ୍ରଦର୍ଶନୀ ମେଳା ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ଉପାଦେୟ ଆଲୋଚନା ହୋଇଛି। ସିଆଇଆଇ ଗୋଟିଏ ପଟେ ଶକ୍ତି, ଇସ୍ପାତ୍ ଓ ରାସାୟନିକ ଉତ୍ପାଦ ଉତ୍ପାଦନ ଉପରେ ଆଲୋଚନା କରିଥିବା ବେଳେ ଗ୍ରାମୋଦ୍ୟୋଗ ଓ କୃଷି ବିକାଶକୁ ମଧ୍ୟ ଗୁରୁତ୍ୱ ଦେଇଛି। ଶନିବାର ଅନୁଷ୍ଠିତ ୪ଟି ଅଧିବେଶନ ମଧ୍ୟରେ ମିଶନ ଶକ୍ତି ଉପରେ ହୋଇଥିବା ଅଧିବେଶନ ସବୁଠାରୁ ବେଶ୍ ଉପାଦେୟ ହୋଇଥିଲା। ଅତିଥି ଭାବେ ଯୋଗ ଦେଇଥିବା ଅଷ୍ଟ୍ରେଲିଆର ବାଣିଜ୍ୟ ରାଷ୍ଟ୍ରଦୂତ ସୁଶ୍ରୀ ରୋଆନ୍ ଆଇନ୍ସୱାର୍ଥ ଆଲୋଚନାରେ ଭାଗ ନେଇ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନାର ପ୍ରଶଂସାରେ ଶତମୁଖ ହୋଇଥିଲେ।

- Advertisement -


ଏହି ଅବସରରେ ଇପିକଲ୍ ପରିଚାଳନା​‌ ନିର୍ଦେଶକ ଭୂପେନ୍ଦର ସିଂ ପୁନିଆ କହିଥିଲେ, ବିକାଶ ଲାଗି ଶିଳ୍ପୋଦ୍ୟୋଗ ଯେତିକି ଆବଶ୍ୟକ କୃଷି ମଧ୍ୟ ସେତିକି ଆବଶ୍ୟକ। ଆଜି ଆମେ ଅନେକ ଖାଦ୍ୟ ପଦାର୍ଥ ବିଦେଶରୁ ଆମଦାନୀ କରୁଥିବା ବେଳେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସକାଶେ ରୋଡମ୍ୟାପ୍ ତିଆରି କରିବାକୁ ପଡ଼ିବ।

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର

ଶିଳ୍ପ ସମ୍ମିଳନୀର ଦୁଇ ଦିନ ମଧ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପ ବିକାଶ ସମେତ ନୂତନ ଉଦ୍ୟୋଗ ମହିଳା ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା, ବିଭିନ୍ନ ଆୟାମର ଭିତ୍ତିଭୂମି ବିକାଶ, ରୋଜଗାର ଅନୁସୃଜନ ଆଦି ଅନେକ ବିଷୟରେ ଆଲୋଚନା ହୋଇଛି। ଦ୍ବିତୀୟ ଦିନରେ ଆଲୋଚନାଚକ୍ର ଶୃଙ୍ଖଳା ସମାପ୍ତ ହୋଇଥିବା ବେଳେ ରବିବାର ଅନ୍ତିମ ଦିନ କେବଳ ପ୍ରଦର୍ଶନୀର କାର୍ଯ୍ୟକ୍ରମ ରହିଛି।

ବିଶେଷଜ୍ଞଙ୍କ ମତ ; ହିମାଳୟରୁ କାହିଁକି ଉଭାନ୍‌‌ ହୋଇଯାଉଛି ବରଫ?

ଦ୍ବିତୀୟ ଦିନରେ କୃଷି, ମିଶନ ଶକ୍ତି ସମେତ ଦକ୍ଷତା ବିକାଶ ଓ ଷ୍ଟାର୍ଟଅପ ବାବଦରେ ବହୁ ବିଷୟ ବିଶେଷଜ୍ଞ ଯୋଗଦେଇ ଉପାଦେୟ ବକ୍ତବ୍ୟ ରଖିଥିଲେ। ଏହି ଶିଳ୍ପ ସମ୍ମିଳନୀର ସୁଫଳ ଆଗାମୀ ଦିନରେ ଓଡ଼ିଶାର ସାମଗ୍ରିକ ବିକାଶରେ ପ୍ରତିଫଳିତ ହେବା ସହ ଅଧିକ ରୋଜଗାର ଓ ଭିତ୍ତିଭୂମି ନିର୍ମାଣରେ ଓଡ଼ିଶା ଭାରତର ସମୃଦ୍ଧତମ ରାଜ୍ୟରେ ପରିଣତ ହେବ ବୋଲି ଆଶା କରାଯାଉଛି। ସିଆଇଆଇ ଶିଳ୍ପ ସମ୍ମିଳନୀ ବାବଦରେ ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଡ. ପ୍ରଦୀପ୍ତ ମହାନ୍ତି କହିଛନ୍ତି।


Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories