ଡେସ୍କ: ନାମ ସମ୍ମିଳନୀରେ ଯୋଗଦେବା ପାଇଁ ଉଗାଣ୍ଡାର କାମ୍ପାଲାରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଗେଙ୍କୁ ଭେଟିଛନ୍ତି। ଭାରତ-ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେବାରେ ଡକ୍ଟର ଜୟଶଙ୍କର ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ପଡୋଶୀ ପ୍ରଥମ ଏବଂ ସାଗର ଭଳି ନୀତିରେ ଭାରତର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।
ଡଃ ଜୟଶଙ୍କର ମଧ୍ୟ ତାଙ୍କ ଉଗାଣ୍ଡା ପ୍ରତିପକ୍ଷ ଓଦୋଙ୍ଗୋ ଜେଜେଙ୍କୁ ଭେଟିଥିଲେ। ଏହି ସମ୍ମିଳନୀକୁ ସଫଳ ଭାବେ ଆୟୋଜନ କରିଥିବାରୁ ବୈଦେଶିକ ମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଗାଣ୍ଡାର ଅଧ୍ୟକ୍ଷତା ସମୟରେ ସେ ଭାରତ ସମର୍ଥନ କରିବା ନେଇ ମଧ୍ୟ ସେ ନିଶ୍ଚିତ କରିଥିଲେ।



