www.samajalive.in
Saturday, December 13, 2025
23.1 C
Bhubaneswar

ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଏ ଏହି ପରଟା

ମୂଳା ପରଟା

ମୂଳା ଗୋଟିଏ
ପାଳଙ୍ଗ ପତ୍ର ୧ ବିଡ଼ା
ଲୁଣ ୧ଛୋଟ ଚାମଚ
ଘିଅ ୧ ଛୋଟ ଚାମଚ
ହେଙ୍ଗୁ ଚିମୁଟାଏ
ଅଟା ୨କପ୍
ପ୍ରସ୍ତୁତି ପ୍ରଣାଳୀ

- Advertisement -

ପ୍ରଥମେ ପାଳଙ୍ଗ ପତ୍ରକୁ ଭଲରେ ଧୋଇ ରଖିବେ। ଏବେ ମୂଳାକୁ ଧୋଇ ଛୋଟଛୋଟ ଖଣ୍ଡରେ କାଟନ୍ତୁ। ମୂଳା ଓ ପାଳଙ୍ଗକୁ ଗ୍ରାଇଣ୍ଡରରେ ଭଲରେ ବାଟିବେ। ଗୋଟିଏ ବଡ଼ ପାତ୍ରରେ ଅଟାରେ ସମସ୍ତ ସାମଗ୍ରୀ ମୂଳା-ପାଳଙ୍ଗ ବଟା ମିଶାଇ ଉଷୁମ ପାଣିରେ ଚକଟନ୍ତୁ। ଅଟା ଚକଟା ହେବା ପରେ ଘୋଡ଼ାଇ ୧୦ମିନିଟ୍ ରଖିଦେବେ। ଚୁଲାରେ ତାୱା ଗରମ କରି ଏବେ ପରଟା ବେଲି ସେକନ୍ତୁ। ତେଲ କିମ୍ବା ଘିଅ ଯେଉଁଥିରେ ମଧ୍ୟ ପରଟା ସେକି ପାରିବେ। ପ୍ରୋଟିନ୍, ଭିଟାମିନ୍ସ ଭରପୂର ଏଇ ପରଟା ଖାଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ।

ଗାଜର ପରଟା

ଆବଶ୍ୟକ ସାମଗ୍ରୀ
ଅଟା – ୨କପ
ଲୁଣ – ଆବଶ୍ୟକ ପରିମାଣରେ
ପାଣି – ୧କପ
ବଟର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
କୋରା ଗାଜର – ୫ଟି
କୋରା ଅଦା – ଅଳ୍ପ
କଟା ପିଆଜ – ୨ଟି
କଟା କଞ୍ଚାଲଙ୍କା – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଆମଚୁର ଗୁଣ୍ଡ – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବାପରେ ଅଦା, କୋରା ଗାଜର, ପିଆଜ, ଲୁଣ, କଞ୍ଚାଲଙ୍କା, ଜିରା ଗୁଣ୍ଡ, ଆମଚୁର ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲ ଭାବେ ଗୋଳାଇ ଭାଜି ଦିଅନ୍ତୁ। ଭାଜିବା ପରେ ଏହି ମିଶ୍ରଣକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ ଅଟା, ଲୁଣ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଚକଟିବା ପରେ ଛୋଟ ଛୋଟ ଗୁଳା ଆକୃତିର କରନ୍ତୁ। ଏହାପରେ ଗୁଳାକୁ ଅଳ୍ପ ବେଲି ତା’ମଧ୍ୟରେ ମିଶ୍ରଣକୁ ଭରି ପୁଣି ପରଟା ଆକୃତିର ବେଲି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ବେଲି ଥିବା ପରଟାକୁ ଭଲ ଭାବେ ସେକି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଗାଜର ପରଟା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories