www.samajalive.in
Sunday, December 7, 2025
26.1 C
Bhubaneswar

ବହୁ ପ୍ରତୀକ୍ଷିତ ସାଉଥ ସିନେମାର ଭୟଙ୍କର ଟ୍ରେଲର ରିଲିଜ

ମୁମ୍ବାଇ: ବକ୍ସ ଅଫିସରେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଗୁଡିକ ସଫଳତା ହାସଲ କରିବାରେ ଲାଗିଛି। ଅନେକ ବଡ ବଡ ଦକ୍ଷିଣ ଭାରତୀୟ ଫିଲ୍ମ ଗୁଡିକ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ସେଥିମଧ୍ୟରୁ କିଛି ଉତ୍ତେଜନା ସୃଷ୍ଟି କରିଥିଲେ ବି ଦର୍ଶକ ମାନେ ଅଧିକ ଭଲ ପାଇବା ଦେଇଥିଲେ। ବର୍ତ୍ତମାନ ଆଉ ଏକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ହଇଚଇ ସୃଷ୍ଟି କରିବାକୁ ଯାଉଛି। ନିକଟରେ ୬୩ବଷୀୟ ସୁପରଷ୍ଟାରଙ୍କ ଆଗାମୀ ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା। ଯାହାକୁ ଦେଖିବା ପରେ ଦର୍ଶକ ମାନେ କହିଛନ୍ତି ଯେ ଫିଲ୍ମର ଟ୍ରେଲର ଯଦି ଏଭଳି ତେବେ ଫିଲ୍ମଟି କ’ଣ ହୋଇଥିବ।

ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମି ଫିଲ୍ମ ‘ମଲାଇକୋଟାଇ ଭାଲିବାନ୍‌‌’ ଜାନୁଆରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ନିକଟରେ ଟ୍ରେଲର ରିଲିଜ ହୋଇଥିବାରୁ ଦର୍ଶକ ମାନେ ଏହାକୁ ଦେଖିବା ପରେ ପୁରା ସିନେମା ଦେଖିବା ପାଇଁ ଖୁବ ଏକ୍ସସାଇଟେଡ ଅଛନ୍ତି। ଫିଲ୍ମରେ ଅନେକ ଜବରଦସ୍ତ ଏବଂ ଆକର୍ଷଣୀୟ ଆକ୍ସନ୍ ଦୃଶ୍ୟ ରହିଛି, ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲିଜୋ ଜୋସେ ପେଲିସେରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୋହନଲାଲଙ୍କ ବ୍ୟତୀତ ସୋନାଲି କୁଲକର୍ଣ୍ଣି, କଥା ନନ୍ଦୀ ଏବଂ ଡେନିଶ୍ ସାଇଟ ଭଳି ଅଭିନେତାମାନେ ମଧ୍ୟ ନଜର ଆସିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories