www.samajalive.in
Sunday, December 7, 2025
26.1 C
Bhubaneswar

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ: ବିରାଟ ଓ ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ

ମୁମ୍ବାଇ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ସାରା ଦେଶରେ ଉତ୍ସାହର ମାହୋଲ। ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଯାଇଛି। ଏହି ଉତ୍ସବରେ ସାମିଲ ହେବା ପାଇଁ ଭାରତୀୟ କ୍ରିକେଟ ଦଳର ଖେଳାଳୀ ବିରାଟ କୋହଲି ଓ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ କରାଯାଇଛି। ମଙ୍ଗଳବାର ନିମନ୍ତ୍ରଣ ପତ୍ର ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି ଉଭୟ। ବିରାଟଙ୍କ ଘରେ ରାମ ମନ୍ଦିର ଟ୍ରଷ୍ଟର ଲୋକେ ପହଂଚି ବିରାଟ ଓ ଅନୁଷ୍କାଙ୍କୁ ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ କହିଥିଲେ। ଏହି ନିମନ୍ତ୍ରଣ ପତ୍ରକୁ ଉଭୟ ବିରାଟ ଓ ଅନୁଷ୍କା ଗ୍ରହଣ କରିଛନ୍ତି। ସଚିନ୍ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ପରେ ତୃତୀୟ କ୍ରିକେଟର ଭାବେ ବିରାଟଙ୍କୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି। ତେବେ ଏହି ଭବ୍ୟ ସମାରୋହରେ ସାମିଲ ହେବା ପାଇଁ ୬ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ କ୍ରିକେଟରଙ୍କ ବ୍ୟତୀତ ବଲିଉଡ୍ ସେଲିବ୍ରିଟି, ଶିଳ୍ପପତି, ରାଜନେତା ସାମିଲ ହେବେ।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories