www.samajalive.in
Sunday, December 7, 2025
16.1 C
Bhubaneswar

କୋହଲିଙ୍କୁ ୨୦୨୩ ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୨୦୨୩ ବର୍ଷର ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି (ଆଇସିସି ପ୍ଲେୟାର ଅଫ୍‌‌ ଦ ଇୟର ୨୦୨୩) ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି କରାଯାଇଛି। ଟି-୨୦ ବିଶ୍ୱକପ୍‌‌ ପାଇଁ ବିରାଟ ଏବେ ଭାରତୀୟ ଦଳ ସହିତ ଆମେରିକା ଗସ୍ତରେ ଅଛନ୍ତି। ଚଳିତ ବିଶ୍ୱକର୍ପରେ କୋହଲି ଭାରତୀୟ ଦଳର ଅନ୍ୟତମ ପ୍ରମୁଖ ଖେଳାଳି, ଯାହାଙ୍କଠାରୁ ଦଳ ଭଲ ଇନିଂସ ଆଶା ରଖିଛି।

୨୦୨୩ରେ କୋହଲିଙ୍କ ପ୍ରଦର୍ଶନ ବେଶ୍‌‌ ଭଲ ଥିଲା। ସେ ୨୭ଟି ଦିନିକିଆ ଖେଳି ୭୨.୪୭ ହାରରେ ୧୩୭୭ ରନ୍‌‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୬ଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ସାମିଲ ରହିଛି। ସେ ଗୋଟିଏ ଇନିଂସରେ ସର୍ବାଧିକ ୧୬୬ ରନ୍‌‌ ସଂଗ୍ରହ କରିଥିଲେ। ଗତବର୍ଷ ଏସିଆ କପ୍‌‌ରେ ଭାରତର ବିଜୟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୯୪ ବଲ୍‌‌ ଖେଳି ୧୨୨ ରନ୍‌‌ ସଂଗ୍ରହ କରିଥିଲେ। ଏହା ପରେ ଦିନିକିଆ ବିଶ୍ୱକପ୍‌‌ରେ ବି ସେ ଭଲ ପ୍ରଦର୍ଶନ କରିଥିଲେ। ୧୧ ଇନିଂସରେ ସେ ୭୬୫ ରନ୍‌‌ ସଂଗ୍ରହ କରିଥିଲେ। ଦିନିକିଆରେ ତାଙ୍କ ନାମରେ ୫୦ଟି ଶତକ ଏବଂ ୭୨ ଅର୍ଦ୍ଧଶତକ ରହିଛି।

Hot this week

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବଟ୍ଟ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

Related Articles

Popular Categories