www.samajalive.in
Monday, December 8, 2025
14.1 C
Bhubaneswar

ଜମୁଛି କୁସୁର୍ଲା ମକର ମେଳା

ଭବାନୀପାଟଣା: କଳାହାଣ୍ଡିର ପ୍ରସିଦ୍ଧ କୁସୁର୍ଲା ମକର ମେଳା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି। ୧୯୫୧ ମସିହାରୁ ଆରମ୍ଭ ହେଇଥିବା ଏହି ମେଳା ଚଳିତବର୍ଷ ୭୪ ବର୍ଷରେ ପହଞ୍ଚିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକଦା ଏହି ଅଞ୍ଚଳର କିଛି ଶ୍ରଦ୍ଧାଳୁ ପୁରୀକୁ ତୀର୍ଥ ଯାତ୍ରାରେ ଯାଇ ଚନ୍ଦ୍ରଭାଗା ମକରମେଳାରେ ବୁଡ଼ ପକାଇଥିଲେ। ସେଠାରୁ ଫେରିବା ପରେ ଆଖପାଖ ଅଞ୍ଚଳର ୪୪ ଖଣ୍ଡ ଗାଁ ଲୋକଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ଗାଁ ଲୋକଙ୍କ ନିଷ୍ପତ୍ତି ଅନୁଯାୟୀ, ୧୯୫୧ ମସିହାରୁ କୁସୁର୍ଲାର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖେ ପୂଜା ପୂଜାର୍ଚ୍ଚନା ସହିତ ମକର ମେଳା ଆୟୋଜନ ହୋଇଆସୁଛି। ମେଳାର ୫୦ ବର୍ଷ ପୂର୍ତ୍ତି ଅବସରରେ ଗତ ୨୦୦୦ ମସିହାରେ ପୁରୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଏଠାକୁ ଆସିଥିଲେ। ପରମ୍ପରା ମୁତାବକ ପ୍ରତିବର୍ଷ ମକର ସଂକ୍ରାନ୍ତି ଦିନ ହର ଗୌରୀଙ୍କୁ ବିମାନରେ ବସାଇ ଗାଁ ପରିକ୍ରମା କରାଯାଉଥିଲା। ତେବେ ଗଜପତିଙ୍କ ପରାମର୍ଶକ୍ରମେ ୨୦୦୦ ମସିହାରୁ ହର ଗୌରୀଙ୍କୁ ରଥରେ ବିଜେ କରାଇ ଗାଁ ପରିକ୍ରମା କରାଯାଉଛି।

ସେହିଭଳି ପୂର୍ବ ପରମ୍ପରା ମୁତାବକ ମଦନପୁର ରାମପୁର ଜମିଦାର ପରିବାର ମକର ସଂକ୍ରାନ୍ତିରେ ଯଜ୍ଞ କର୍ତ୍ତା ଭାବେ ଯୋଗ ଦେଇଆସୁଛନ୍ତି। ସେହି ଅନୁଯାୟୀ ଚଳିତ ବର୍ଷ ଜମିଦାର ପରିବାରର ମିହିରେନ୍ଦ୍ର ପ୍ରତାପ ଦେଓ ତାଙ୍କ ଧର୍ମପତ୍ନୀ ଶଶିପ୍ରଭା ସିଂଦେଓ ଏବଂ ମହିନ୍ଦ୍ର ସିଂଦେଓ ତାଙ୍କ ଧର୍ମପତ୍ନୀ ଲଳିତା ସିଂଦେଓ ଯଜ୍ଞ କର୍ତ୍ତା, କର୍ତ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି। ପୂଜକ ନେତ୍ରାନନ୍ଦ ବଡ଼ମାଳିଙ୍କ ନେତୃତ୍ୱରେ ଅନ୍ୟ ପୂଜକମାନେ ହୋମଯଜ୍ଞ ଏବଂ ନିତ୍ୟ ପୂଜାରେ ନିୟୋଜିତ ହେଇଛନ୍ତି। ସୋମବାର ହୋମ ପରେ ଠାକୁରଙ୍କ ପାଖେ ମକର ଚାଉଳ ଭୋଗ ହେଇ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଛି। ଏହି ଅବସରରେ ପୂର୍ବରୁ ଝିଅଙ୍କ ମଧ୍ୟରେ ଏପରିକି ପୁଅଙ୍କ ମଧ୍ୟରେ ମକର ବସୁଥିବା ବେଳେ ଏବେ ଏହାର ସଂଖ୍ୟା କମି ଆସୁଥିବା ଜଣାପଡିଛି। ପ୍ରତ୍ୟେକ ବର୍ଷ ଜାନୁଆରୀ ୧୨ରୁ ୨୦ ତାରିଖ ଯାଏଁ ଆୟୋଜିତ ହେଉଥିବା ଏହି ମେଳାରେ ମୀନା ବଜାର, ପ୍ରାୟ ୨୦୦ରୁ ଅଧିକ ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଆୟୋଜନ କରାଯାଉଛି। ଜିଲ୍ଲାର ଉପାନ୍ତ ଅଞ୍ଚଳରେ ହୋଇଥିବାରୁ କଳାହାଣ୍ଡି ସମେତ ପଡ଼ୋଶୀ ବଲାଙ୍ଗୀର ଏବଂ ବାଲିଗୁଡା ଅଞ୍ଚଲ ଲୋକେ ମେଳା ଦେଖିବାକୁ କୁସୁର୍ଲା ଆସୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହିମେଲା ୪୪ ଖଣ୍ଡ ଗାଁ ଲୋକଙ୍କ ଭାଇଚାରାର ନିଦର୍ଶନ ପଲଟିଯାଇଛି। କାରଣ ଲୋକଙ୍କ ମଧ୍ୟରେ ଯେତେ ମତଭେଦ ଥିଲେ ବି ସମସ୍ତେ ଏକଜୁଟ ହେଇ ମେଳା ପରିଚାଳନା କରନ୍ତି ବୋଲି କମିଟି କର୍ମକର୍ତ୍ତା ଜଗତରାମ୍ ଗହିର, ସୁଶାନ୍ତ ଜାନୀ, ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ କୁହନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories