ଗୋପାଳପୁର ବେଳାଭୂମିରେ ମକର ମହୋତ୍ସବ ପାଇଁ ତଦାରଖ
ଗୋପାଳପୁର: ଜାନୁଆରୀ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ “ମକର ମହୋତ୍ସବ” ପାଳନ ପାଇଁ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ବିକ୍ରମ କୁମାର ପଣ୍ଡା ବେଳାଭୂମିରେ ପହଞ୍ଚି ମକର ମହୋତ୍ସବ ପାଇଁ ସ୍ଥାନୀୟ ଲୋକ, ଦଳୀୟ କର୍ମୀ ଓ ମତ୍ସଜୀବିଙ୍କ ସହ ଆଲୋଚନା କରିବା ସହ ମହୋତ୍ସବ ସ୍ଥଳ ବୁଲି ଦେଖିଥିଲେ। ତାଙ୍କ ସହ ଯୋଗାଯୋଗ ବେଳେ କହିଥିଲେ ମକର ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଉଷା ଦେବୀ, ରାଜ୍ୟ ସଭା ସାଂସଦ ମାନସ କୁମାର ମଙ୍ଗରାଜ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କ ସମେତ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ ଏବଂ ବିଧାୟକ ଓ ବିଧାୟିକା, ବ୍ରହ୍ମପୁର ମେୟର, ଡେପୁଟି ମେୟର, ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ଜନପ୍ରତିନିଧ୍ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ବିଶିଷ୍ଟ ବ୍ୟକ୍ତି ଗଣ ଉପସ୍ଥିତ ରହିବେ। ତାହା ସହ ସନ୍ଧ୍ୟାରେ ରଙ୍ଗାରଙ୍ଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।
Comments are closed.