www.samajalive.in
Sunday, December 7, 2025
14.1 C
Bhubaneswar

ହୁମା ଅଙ୍ଗନବାଡ଼ି କେନ୍ଦ୍ରର ପୋଷଣ କାର୍ଯ୍ୟକ୍ରମରେ ରାଜ୍ୟପାଳ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାସ୍ଥିତ ୪ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ ପୋଷଣ କାର୍ଯ୍ୟକ୍ରମରେ ଗୁରୁବାର ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଯୋଗଦେଇଛନ୍ତି। ସେଠାରେ ଛୋଟ ଛୁଆମାନେ ଗୋଲାପ ଫୁଲ ଦେଇ ରାଜ୍ୟପାଳଙ୍କୁ ସ୍ବାଗତ ଜଣାଇଥିଲେ। ରାଜ୍ୟପାଳ ମଧ୍ୟ ପିଲାମାନଙ୍କୁ ଚକୋଲେଟ୍ ଦେଇଥିଲେ। ପରେ ଅଙ୍ଗନବାଡି କେନ୍ଦ୍ରର ବିଭିନ୍ନ କାର୍ଯ୍ୟଧାରା, ପିଲାମାନଙ୍କ ଖାଦ୍ୟର ମାନ ଅନ୍ୟାନ କାର୍ଯ୍ୟକ୍ରମ ତଥା ପିଲାମାନଙ୍କ ଜନ୍ମଦିନ ପାଳନ କିଭଳି ହେଉଛି ପଚାରି ବୁଝିଥିଲେ। ପରେ ରାଜ୍ୟପାଳ ଗୋଟିଏ ୭ ମାସର ଛୁଆକୁ ଖିରି ଖୁଆଇଥିଲେ ଏବଂ ତାର ଅନନ୍ତ ଆସନ ନିଜେ କରାଇଥିଲେ। ପିଲାମାନଙ୍କୁ ଠିକ୍ ଭାବେ ଖାଦ୍ୟ ଦେବାକୁ ପରାମାର୍ଶ ଦେଇଥିଲେ ରାଜ୍ୟପାଳ। ପରେ ହୁମା ଗ୍ରାମର ତ୍ରିନାଥ ସାହୁ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ଲୁଣ ଚାଷ ବନ୍ଦ ଯୋଗୁଁ ସ୍ଥାନୀୟ ଚାଷୀ ସମସ୍ୟା ଏବଂ ଜାତୀୟ ରାଜପଥ ହୁମାଠାରେ ଓଭରବ୍ରିଜ ନିର୍ମାଣ ବିଳମ୍ବ ଯୋଗୁଁ ଦୁର୍ଘଟଣା ଅଧିକ ଘଟୁଛି ବୋଲି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଏସପି ଜଗମୋହନ ମିନା, ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ, ବିଡିଓ ବସନ୍ତ ମଲିକ, ଡିଏସଡବ୍ଲ୍ୟୁଓ ଅବିଦା ପ୍ରଭୀନା, ସିଡିପିଓ ସଲୀଳା ପ୍ରଧାନ, ଡିସି ଅମ୍ରିତ ତ୍ରିପାଠୀ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ପ୍ରମିଳା ବିଶ୍ୱାଳଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories