www.samajalive.in
Monday, December 15, 2025
24.1 C
Bhubaneswar

ଆଳିର ପୂର୍ବତନ ବିଧାୟିକା ସୁଶ୍ରୀ ଦେବୀଙ୍କର ପରଲୋକ

ଭୁବନେଶ୍ବର: ଆଳିର ପୂର୍ବତନ ବିଧାୟିକା ତଥା ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ମା’ ସୁଶ୍ରୀ ଦେବୀଙ୍କ ପରଲୋକ ହୋଇଯାଇଛି। କଟକସ୍ଥିତ ବାସଭବନରେ ସୁଶ୍ରୀ ଦେବୀଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି।
୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଆଳି ବିଧାୟିକା ଥିଲେ ସୁଶ୍ରୀ ଦେବୀ। ୨୦୦୨ରେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
୧୦ ଅକ୍ଟୋବର ୧୯୫୦ରେ ଜନ୍ମ ଗ୍ରହଣ କରିଥିବା ସୁଶ୍ରୀ ଦେବୀ ୧୯୭୧ରେ ଜନତା ଦଳରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ଆଳି ନିର୍ବାଚନ ମଣ୍ଡଳୀରୁ ସୁଶ୍ରୀ ଦେବୀ କଂଗ୍ରେସ ପ୍ରାର୍ଥୀ ଦୋଳଗୋବିନ୍ଦ ନାୟକଙ୍କୁ ପରାସ୍ତ କରି ୧୯୯୦ରେ ଜନତା ଦଳରୁ ସୁଶ୍ରୀ ଦେବୀ ବିଧାୟିକା ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ରାଜ୍ୟସଭାର ସାଂସଦ ଭାବରେ ମଧ୍ୟ ୬ ବର୍ଷ କାଳ ନିଜର ରାଜନୈତିକ ଦକ୍ଷତାର ପରିଚୟ ଦେଇଥିଲେ।
ଓଡ଼ିଶାର ଜନ ପ୍ରିୟ ନେତା ରାଜା ଶରତ ଦେବଙ୍କ ସହଧର୍ମିଣୀ ଓ ବର୍ତ୍ତମାନ ମନ୍ତ୍ରୀ ପ୍ରତାପ ଦେବଙ୍କ ମାତା ପୁର୍ବତନ ସାଂସଦ, ସମାଜସେବୀ ସୁଶ୍ରୀ ଦେବୀଙ୍କ ବିୟୋଗରେ ଉଚ୍ଚଶିକ୍ଷା,ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି କରିଛନ୍ତି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories