www.samajalive.in
Sunday, December 14, 2025
17.1 C
Bhubaneswar

ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ରହିବ ଭାରତ – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ଭାରତ ବିଶ୍ୱ ବନ୍ଧୁ ଭାବରେ ଆଗକୁ ବଢୁଛି ଏବଂ ସମଗ୍ର ବିଶ୍ୱ ଆଜି ଭାରତକୁ ସ୍ଥିରତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ଗ୍ରହଣ କରୁଛି। ଆଜି ଗୁଜୁରାଟର ଗାନ୍ଧିନଗରର ମହାତ୍ମା ମଣ୍ଡପରେ ଅନୁଷ୍ଠିତ ଦଶମ ଭାଇବ୍ରାଂଟ ଗୁଜୁରାଟ ବିଶ୍ୱ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ମୋଦୀ ନିରନ୍ତର ଶିଳ୍ପ ଭିତ୍ତିଭୂମି, ନୂତନ କୌଶଳ, ସବୁଜ ଏବଂ ଅକ୍ଷୟ ଶକ୍ତି ବିକାଶ ତଥା ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନକୁ ସକ୍ଷମ କରିବା ପାଇଁ ଭାରତର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆସନ୍ତା କିଛି ବର୍ଷ ମଧ୍ୟରେ ବିଶ୍ୱର ଶ୍ରେଷ୍ଠ ତିନୋଟି ଅର୍ଥନୀତି ମଧ୍ୟରେ ଭାରତ ରହିବ ବୋଲି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ବ୍ୟବସାୟ ପାଇଁ ପୂର୍ଣ୍ଣ ସମର୍ଥନ ନିଶ୍ଚିତ କରି ଶ୍ରୀ ମୋଦୀ ବ୍ୟବସାୟୀଙ୍କ ସ୍ୱପ୍ନକୁ ସାକାର କରିବାରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି।

ଚୋର ଧରିବ ଗୁଗଲ ମ୍ୟାପ୍

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦଶମ ଭାଇବ୍ରାଂଟ ଗୁଜରାଟ ବିଶ୍ୱ ସମ୍ମିଳନୀ ସହ ୟୁଏଇ ଏବଂ ଆଫ୍ରିକା ସହିତ ଭାରତର ସମ୍ପର୍କକୁ ଆହୁରି ମଜବୁତ କରାଯାଇଛି। ସେ ଏହି ସମ୍ମିଳନୀକୁ ବିକାଶର ଦ୍ୱାର ବୋଲି ବର୍ଣ୍ଣନା କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଡିଜିଟାଲ ଭିତ୍ତିଭୂମିରେ ଏକ ବୈପ୍ଲବିକ ପରିବର୍ତ୍ତନ ଆସିଛି ଏବଂ ସଡକ, ରେଳ, ଜଳ ଏବଂ ଆକାଶ ମାର୍ଗ ସହ ଜଡିତ ଭିତ୍ତିଭୂମିର ବ୍ୟାପକ ବିସ୍ତାର ହୋଇଛି।

ଶ୍ରୀଲଙ୍କାରେ ଖୋଲିବ ଆଇଆଇଟି ମାଡ୍ରାସର ନୂଆ କ୍ୟାମ୍ପସ

ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାଏଦ ଅଲ ନାହିୟାନ୍ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉଦ୍‌ଘାଟନୀ ଅଧିବେଶନରେ ମୋଜାମ୍ବିକର ରାଷ୍ଟ୍ରପତି ଫିଲିପେ ନ୍ୟୁଏଲିସି, ତିମୋର ଲେଷ୍ଟେ ଜୋସେ ରାମୋସ ହୋର୍ଟା, ଚେକ୍ ରିପବ୍ଲିକର ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା, କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏବଂ ଶହେରୁ ଅଧିକ ଦେଶର ପ୍ରତିନିଧୀ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories