www.samajalive.in
Wednesday, December 10, 2025
23.1 C
Bhubaneswar

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବଡ଼ସାହି : ମଙ୍ଗଳବାର ମୟୁରଭଞ୍ଜ ଜିଲା  ସ୍ଥାନୀୟ ଏମଇସ୍କୁଲ ପଡ଼ିଆରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ମୟୂରଭଞ୍ଜ ଜିଲା ପ୍ରଶାସନ ଓ ସମାଜ ମଙ୍ଗଳ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରରେ ବ୍ଲକରେ ଥିବା ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ ଉଦ୍ଧିଷ୍ଠ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା। ଶିବିରରେ ବିଭିନ୍ନ ବର୍ଗର ମୋଟ ୬୧୭ ଜଣ ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକୃତ କରିଥିଲେ। ଏମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତଙ୍କୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨୯୨ଜଣଙ୍କୁ ଆୟ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ବ୍ଲକ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି, କ୍ୟାରିୟର ଓ ରିହାତି ଗୃହ ନିର୍ମାଣ ପାଇଁ ୧୪୫ଜଣଙ୍କ କାଉନସେଲିଂ କରାଯାଇଥିଲା। ସେହିପରି ୧୫୮ଜଣ ଶାରିରୀକ ଭିନ୍ନକ୍ଷମଙ୍କୁ ବସ୍‍ପାସ୍‍ ପ୍ରଦାନ କରାଯାଇଥିଲା। ମୋଟ ୩୨୪ଜଣଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିବାବେଳେ ଅନ୍ୟମାନଙ୍କର ଅନ୍‍ଲାଇନ ପରିଚୟପତ୍ର ପାଇଁ ସୁପାରିଶ କରାଯାଇଛି। ବିଭିନ୍ନ ବିଭାଗର ବିଶେଷଜ୍ଞ ଡ଼ାକ୍ତରମାନେ ଶିବିରରେ ଉପସ୍ଥିତ ରହି ଦୃଷ୍ଟିବାଧିତ, ଶ୍ରବଣବାଧିତ, ଅସ୍ଥିଶଲ୍ୟ ବାଧିତ, ମାନସିକ ଅନଗ୍ରସର ଓ ଅନ୍ୟାନ୍ୟ ୧୩ଜଣ ଭିନ୍ନକ୍ଷମଙ୍କୁ ଚିହ୍ନଟ କରିଥିଲେ। ସମସ୍ତ ହିତାଧିକାରୀ ଓ ତାଙ୍କର ସହାୟକ/ସହାୟିକାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବଡ଼ସାହି ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ମାଧବ ଚନ୍ଦ୍ର ବିରୁଆ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ନିର୍ବାଚିତ ଲୋକ ପ୍ରତିନିଧି ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ପ୍ରମୁଖ ନିଜ ଅଞ୍ଚଳର ହିତାଧିକାରୀଙ୍କୁ ସହଯୋଗ କରିଥିଲେ। ଶିକ୍ଷକ ଶଚୀନ୍ଦ୍ର କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ। ସ୍ଥାନୀୟ ମହାବିଦ୍ୟାଳୟର ଜାତୀୟ ସେବା ବାହିନୀର ସ୍ୱେଚ୍ଛାସେବୀ ଓ ବଡ଼ସାହି ପୁଲିସ୍‍ ଶାନ୍ତି ଶୃଙ୍ଖଳା ଦାୟିତ୍ୱ ତୁଲାଇଥିଲେ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories