www.samajalive.in
Wednesday, December 10, 2025
23.1 C
Bhubaneswar

ଖାଦ୍ୟ ଓ ଯୋଗାଣ କମିଶନରଙ୍କ ଜୟପାଟଣା ଅଞ୍ଚଳ ଗସ୍ତ

ମୁଖିଗୁଡ଼ା : ବୁଧବାର କଳାହାଣ୍ଡି ଜିଲା ପ୍ରଶାସନିକ ପ୍ରଭାରୀ ତଥା ଖାଦ୍ୟ ଓ ଯୋଗାଣ ବିଭାଗର କମିଶନର ବୀର ବିକ୍ରମ ଯାଦବ ଜୟପାଟଣା ବ୍ଳକ୍‍ର ବିିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସାଙ୍ଗକୁ ଖାଉଟି ଓ ଯୋଗାଣ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ପ୍ରଥମେ ଶ୍ରୀ ଯାଦବ ରଣମାଲ ପଞ୍ଚାୟତର ଯୋଗାଣ ବ୍ୟବସ୍ଥା ଓ କିରୋସିନ୍‍ ବଣ୍ଟନ ସମ୍ପର୍କରେ ଖାଉଟି ମାନଙ୍କ ସହିତ ଆଲୋଚନା କରିଥିଲେ। ବାଣ୍ଡିଗାଁ ସ୍ଥିତ ଅଙ୍ଗନୱାଡ଼ୀ କେନ୍ଦ୍ର ପରିଦର୍ଶନ କରିବା ସହ ବନ ବିଭାଗ ଦ୍ୱାରା ବୃକ୍ଷ ରୋପଣ ଚାଷୀଙ୍କ କଦଳୀ ବଗିଚା ପରିଦର୍ଶନ ଏବଂ ସ୍ୱଂୟ ସହାୟକ ଗୋଷ୍ଠୀର ଛତୁଆ ତିଆରି ଦେଖିଥିଲେ। ଜୟପାଟଣା ଖଲିଆଭଟା ସ୍ଥିତ ଆବାସିକ ବିଦ୍ୟାଳୟ ପରିଦର୍ଶନ ପରେ ମଙ୍ଗଳପୁର ସ୍ଥିତ ଏଲ୍‍. ଏଣ୍ଡ୍‍ ଟି. ଦ୍ୱାରା ନିର୍ମାଣଧିନ ପମ୍ପ ହାଉସ ପରିଦର୍ଶନ କରିଥିଲେ। ଇନ୍ଦ୍ରାବତୀ ଜଳ ଭଣ୍ଡାର ପରିଦର୍ଶନ ପରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା କରି ଫେରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ଷଡ଼ଙ୍ଗୀ, ସି.ଏସ୍‍.ଓ. ଶିବ ପ୍ରସାଦ ଦୋରା, ଜୟପାଟଣା ବି.ଡ଼ି.ଓ. ଐଶ୍ୱର୍ଯ୍ୟା ସାମନ୍ତରାୟ ସାଙ୍ଗରେ ଥିଲେ।

 

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories