www.samajalive.in
Monday, December 8, 2025
14.1 C
Bhubaneswar

ଗେଣ୍ଡୁଫୁଲ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ 

କେନ୍ଦୁଝରଗଡ଼: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର ଆଦିବାସୀଙ୍କ ରୋଜଗାରର ମାଧ୍ୟମ ଏହି ବଣପାହାଡ। ବର୍ଷତମାମ୍‌‌ ବଣପାହାଡରୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଆଦିବାସୀ ଲୋକେ। ଏମାନଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ କର୍ମଠ। ପରିବାରର ଆର୍ଥିକ ବିକାଶ କ୍ଷେତ୍ରରେ ମହିଳାଙ୍କ ସହଭାଗିତା ପ୍ରତିଶତ ଢ଼େର ଅଧିକ। ପରିସ୍ଥିତି ବଦଳିବା ସହ ଆଦିବାସୀ ମହିଳାମାନେ ମଧ୍ୟ ବେଶ୍‌ ସ୍ୱାବଲମ୍ବୀ ହେଲେଣି। ଆଧୁନିକ ଜ୍ଞାନକୌଶଳ ଗ୍ରହଣ କରି ଏବେ ପାରମ୍ପରିକ ଚାଷ ସହ ଅଧିକ ଅର୍ଥ କିଭଳି ରୋଜଗାର କରାଯାଇ ପାରିବ ସେଥିପାଇଁ ଆପଣାଇଛନ୍ତି ଆଧୁନିକ ପ୍ରଣାଳୀ ଚାଷ। ଏହି ନୂତନ ଚାଷ ମଧ୍ୟରେ ଗେଣ୍ଡୁ ଫୁଲ ଚାଷ ଏବେ ଘଟଗାଁ ବ୍ଲକ ଆଦିବାସୀ ମହିଳାଙ୍କୁ ବେଶ୍ ସ୍ୱାବଲବୀ କରିପାରିଛି। ଏଥିରେ ଏହି ମହିଳାମାନଙ୍କୁ ସହଯୋଗର ହାତ ବଢ଼ାଇଛି ନାବାର୍ଡ ଓ ସ୍ୱେଛାସେବୀ ସଙ୍ଗଠନ ଓସ୍କା।

ଅଞ୍ଚଳର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଓସ୍କା ପକ୍ଷରୁ ତାଲିମ ପ୍ରଦାନ ସହ ଗେଣ୍ଡୁ ବିହନ ପ୍ରଦାନ କରାଯାଇଥିଲା। ଏହି ବିହନ ନେଇ ଉକୁଚାବେଡା ଓ ବସନ୍ତପୁର ଗ୍ରାମର ସ୍ୱୟଂସହାୟିକା ମହିଳାମାନେ ୨ ଏକରରୁ ଊର୍ଦ୍ଧ୍ୱ ଜମିରେ ଗେଣ୍ଡୁ ଫୁଲ ଚାଷ କରିଛନ୍ତି। ନୂତନ ମଲଚିଂ ପ୍ରଣାଳୀରେ ଏହି ଗେଣ୍ଡୁ ଚାଷ ଆରମ୍ଭ କରିବା ପରେ ଏହି ଗେଣ୍ଡୁ ଫୁଲ ବଡ ହେବାରୁ ମହିଳାମାନେ ଏହାକୁ ତୋଳି ବିକିବା ଆରମ୍ଭ କରିଛନ୍ତି। ନିଜେ ମହିଳାମାନେ କେନ୍ଦୁଝର ବଜାରରେ ବିକିବା ସହ ଜିଲାର ଯୋଡା, ବଡବିଲ ଏବଂ ପଡୋଶୀ ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଆଦି ସ୍ଥାନକୁ ମଧ୍ୟ ଫୁଲ ବିକ୍ରି ପାଇଁ ପଠାଉଛନ୍ତି। ମହିଳାଙ୍କ ଦ୍ୱାରା ଗଠିତ ମହାଲକ୍ଷ୍ମୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ଏହି ଗେଣ୍ଡୁ ଫୁଲକୁ ବିକି ବେଶ ଲାଭବାନ ହେଉଛନ୍ତି ମହିଳାମାନେ। ନିଜ ପରିଚାଳିତ ସ୍ୱୟଂ ସହାୟିକା ପାଣ୍ଠିରୁ ପ୍ରଥମେ ୧୦ହଜାର ଟଙ୍କା ଋଣସୂତ୍ରରେ ଆଣି ଫୁଲ ବଗିଚା ଆରମ୍ଭ କରିଥିବା ବେଳେ ଏବେ ଫୁଲ ବିକି ଏବେ ୫୦ ହଜାରରୁ ଉର୍ଦ୍ଧ ଟଙ୍କାର ଲାଭବାନ ହୋଇ ସାରିଲେଣି। ଏଥିସହ ଏହି ଗ୍ରୁପର ମହିଳାମାନେ ଗେଣ୍ଡୁ ଚାରା ମଧ୍ୟ ବିକ୍ରି କରି ବେଶ୍‌‌ ଦି’ପଇସା ଲାଭବାନ ହେଇ ପାରିଛନ୍ତି। ଏହାପୂର୍ବରୁ ବହୁ ପରିଶ୍ରମ ସତ୍ତ୍ବେ ପରିବା ଚାଷରୁ ଯେତିକି ଲାଭ ପାଇ ପାରୁନଥିଲେ ଏବେ କିନ୍ତୁ ଏହି ଗେଣ୍ଡୁ ଫୁଲ ଚାଷରେ ଅଧିକ ଲାଭବାନ ହୋଇପାରିଥିବା ମା’ଲକ୍ଷ୍ମୀ ଫାର୍ମର ପ୍ରଡ୍ୟୁସର ଗ୍ରୁପ୍‌‌ର ସଂଯୋଜିକା ପ୍ରବୀଣା ଦଣ୍ଡପାଟ କହିଛନ୍ତି। ଆଗାମୀ ଦିନରେ ଏହି ଗେଣ୍ଡୁ ଚାଷ ଦ୍ୱାରା ବେଶ୍‌‌ ଲାଭବାନ ହେବା ନେଇ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଇରା ମହାନ୍ତ ଓ କଇଁଥ ମହାନ୍ତ ଆଶା ରଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories