www.samajalive.in
Tuesday, December 9, 2025
16.1 C
Bhubaneswar

ଜିଲ୍ଲା ବିଜେପି ପକ୍ଷରୁ କଲମପୁରରେ ବନ୍ଦ ପାଳନ

କଲମପୁର: ଉଭୟ ଧାନ ଏବଂ କପା ମଣ୍ଡିରେ କଟନି ଛଟନିର ଶିକାର ହୋଇ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ଚାଷୀ। ଅନେକ ସମୟରେ କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ସରକାର ମିଲର୍ସଙ୍କ କବଜାରେ। ସମବାୟ ସମିତି ବଦଳରେ ସିଧା ସଳଖ ମିଲର୍ସଙ୍କ ମାଧ୍ୟମରେ ଧାନ ଖରିଦ କରାଯାଉଛି। ଖୋଦ୍ ରାଜ୍ୟ ସରକାରଙ୍କ ପ୍ରଶାସନ ଏବଂ ଲୋକ ପ୍ରତିନିଧି ଏନେଇ ସମ୍ପୂର୍ଣ୍ଣ ନିରବ। ଚାଷୀଙ୍କ ପ୍ରତିବାଦକୁ କେହି ଗୁରୁତ୍ୱ ଦେଉନଥିବାରୁ ଅସହାୟ ହେଉଛନ୍ତି ଚାଷୀ। ସେହିଭଳି କପା ମଣ୍ଡିରେ ମଧ୍ୟ ଚାଷୀଙ୍କ ଅନୁରୁପ ଅବସ୍ଥା। ଏହାସହ ଦିନକୁ ଦିନ ମଦ ଦୋକାନର ବୃଦ୍ଧି ସାଧାରଣ ଜନ ଜୀବନକୁ ପ୍ରଭାବିତ କରୁଛି। ତେଣୁ କଳାହାଣ୍ଡି ବିଜେପି ପକ୍ଷରୁ ଏହାର ପ୍ରତିବାଦରେ ଶାନ୍ତି ଶୃଙ୍ଖଳାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଆନ୍ଦୋଳନ ଜାରି ରହିଥିବା ବେଳେ ଗୁରୁବାର ସମଗ୍ର କଳାହାଣ୍ଡିରେ ବନ୍ଦ ଡାକରା ଦିଆଯାଇଥିଲା। ଜିଲ୍ଲା ବିଜେପିର ଏହି ବନ୍ଦ ଡାକରାକୁ କଲମପୁର ବିଜେପି ପକ୍ଷରୁ ସମର୍ଥନ କରାଯାଇଛି। ସକାଳଠାରୁ କଲମପୁର ମଣ୍ଡଳ ସଭାପତି କମଳ ବାଗ, ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ଖିରୋଦ ଚନ୍ଦ୍ର ନାଏକ, ଯୁବ ନେତା ହରେକୃଷ୍ଣ ସାହୁ, ସୁଜିତ କୁମାର ଦଣ୍ଡସେନା, କୃଷ୍ଣ ଚନ୍ଦ୍ର ବାଗ, ସୁଧିର ରଞ୍ଜନ ବାଗ ପ୍ରମୁଖ କର୍ମୀମାନେ ପର୍ଯ୍ୟବେକ୍ଷକ ଅମ୍ବୋଜ କୁମାର ପଣ୍ଡାଙ୍କ ଉପସ୍ଥିତିରେ ସକାଳୁ କଲମପୁର ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଉପସ୍ଥିତ ରହି ରାସ୍ତା ଅବରୋଧ କରିଛନ୍ତି। ଯେଉଁଥିପାଇଁ ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌‌ ହୋଇଯାଇଛି। ଏହାସହ ସମସ୍ତ ଦୋକାନ ବଜାର ସମେତ ଗୁରୁବାର ବଜାର ବନ୍ଦ ରହିଛି। ତହସିଲ, ବ୍ଲକ, ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ୟାଙ୍କ ଆଦି ସରକାରୀ, ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି ଆନନ୍ଦୋଳନକାରୀ। ଏହାସହ ସମସ୍ତ ବିଦ୍ୟାଳୟ, ମବହାବିଦ୍ୟାଳୟରେ ମଧ୍ୟ ପାଠପଢ଼ା ମଧ୍ୟ ବନ୍ଦ ରହିଛି। ସ୍ଥାନୀୟ ପୁଲିସ ଥାନା ପକ୍ଷରୁ ଏଏସଆଇ ଶେଖର ଜେନାଙ୍କ ନେତୃତ୍ୱରେ ସୁରକ୍ଷା ବଳ ନିୟୋଜିତ ହୋଇ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିଛନ୍ତି। ସେହିଭଳି ବିଜମରା ଏବଂ ବଡକୁଟୃ ଛକରେ ମଧ୍ୟ ଯାନବାହାନ ସବୁକୁ ଅଟକାଇ ବନ୍ଦ ପାଳନ କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories