www.samajalive.in
Sunday, December 7, 2025
23.1 C
Bhubaneswar

ମଣ୍ଡିରୁ ଧାନ ଗାଏବ ଘଟଣା; ଧାନ ଫେରି ପାଇବେ ଚାଷୀ

ଭବାନୀପାଟଣା: ସ୍ଥାନୀୟ ଆରଏମସି ମଣ୍ଡିରୁ ଧାନ ଗାଏବ ହେବା ଘଟଣାରେ ପୀଡ଼ିତ ଚାଷୀ ଧାନ ଫେରି ପାଇବେ। ବିଭିନ୍ନ ଆଡୁ ଚାପ ପରେ ମଣ୍ଡିରେ ନିୟୋଜିତ ମିଲର୍ସ ଏଜେଣ୍ଟମାନେ ମିଶି ଧାନ ଦେବାକୁ ରାଜି ହୋଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, କୁସୁମଶିଳା ଗାଁର ମନୋଜ ବୁଦ୍ଧିଆ ନାମକ ଚାଷୀ ମଣ୍ଡିକୁ ୧୦୦ ବସ୍ତା ଧାନ ଆଣିଥିଲେ। ପରଦିନ ଆଉ ୬୦ ବସ୍ତା ଧାନ ଆଣିଲା ବେଳକୁ ପୂର୍ବରୁ ଆଣିଥିବା ୧୦୦ ବସ୍ତା ଧାନ ମଣ୍ଡିରୁ ଗାଏବ ହୋଇଯାଇଥିଲା। ସମ୍ପୃକ୍ତ ଚାଷୀ ସଦର ଥାନାରେ କୃପାସିନ୍ଧୁ ସାହୁ ନାମକ ଏଜେଣ୍ଟ ଏବଂ କିଛି ଶ୍ରମିକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପେକ୍ସ ସଭାପତି ବିଜୟ ସାହୁ, ମଣ୍ଡି ପରିଚାଳନା କମିଟି ସଦସ୍ୟ ଆଶିଷ ପଣ୍ଡା ପ୍ରମୁଖ ହସ୍ତକ୍ଷେପ କରିବା ପରେ ସତ୍ୟତା ଜଣାପଡିଥିଲା। ଏଣୁ ଗାଏବ ହୋଇଥିବା ଧାନ ଭରଣା କରିବାକୁ ମଣ୍ଡିରେ ନିୟୋଜିତ ଏଜେଣ୍ଟମାନେ ରାଜି ହୋଇଛନ୍ତି। ସୋମବାର ସଦର ଥାନାରେ ଲିଖିତ ଚୁକ୍ତିନାମା ଅନୁଯାୟୀ ଚଳିତ ସପ୍ତାହରେ ଧାନ ଫେରସ୍ତ ହେବ ଏବଂ ସମ୍ପୃକ୍ତ ଚାଷୀଙ୍କ ବଳକା ଧାନ ଏଜେଣ୍ଟମାନେ କିଣିବେ ବୋଲି ଥାନାରେ ଲିଖିତ ଚୁକ୍ତି ହୋଇଥିବା ପୀଡ଼ିତ ଚାଷୀ ମନୋଜ ବୁଦ୍ଧିଆ କହିଛନ୍ତି।

- Advertisement -

ଅନ୍ୟପକ୍ଷରେ ମଣ୍ଡିରେ ତୁରନ୍ତ ସିସିଟିଭି ଖଞ୍ଜା ଯିବା ଏବଂ ମଣ୍ଡିରେ ଜନୈକ ଏଜେଣ୍ଟଙ୍କ ଦଲାଲରାଜ୍ ବନ୍ଦ କରିବାକୁ ମଣ୍ଡି ପରିଚାଳନା କମିଟି ସଦସ୍ୟ ଆଶିଷ ପଣ୍ଡା ଦାବି କରିଛନ୍ତି। ଆଗକୁ କୌଣସି ଚାଷୀଙ୍କ ଧାନ ଏଭଳି ଗାଏବ ହେଲେ ପରିସ୍ଥିତି ଭିନ୍ନ ମୋଡ଼ ନେବ ବୋଲି ସେ ଆରଏମସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories