www.samajalive.in
Sunday, December 7, 2025
14.1 C
Bhubaneswar

ବଡ଼ମ୍ବା ଏବଂ ନରସିଂହପୁରରେ ସବଜଜ୍‌‌ କୋର୍ଟ ଲୋକାର୍ପିତ

ବଡ଼ମ୍ବା: କଟକ ଜିଲାର ବଡ଼ମ୍ବା ଏବଂ ନରସିଂହପୁର ବ୍ଲକରେ ନୂତନ ଭାବେ ଦୁଇଟି ସବଜଜ୍ କୋର୍ଟ ବୁଧବାର ଉଦ୍‌‌ଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏହାର ବିଧିବଦ୍ଧ ଲୋକାର୍ପଣ କରିଛନ୍ତି। ବଡ଼ମ୍ବାରେ ଅନୁଷ୍ଠିତ ଉଦ୍‌‌ଘାଟନ ଉତ୍ସବରେ ଉତ୍ସବ ପାଳନ କମିଟିର ସଭାପତି ଆଇନଜୀବୀ କୈଳାଶ ଚନ୍ଦ୍ର ଜେନା ପୌରୋହିତ୍ୟ କରିଥିଲେ। ସ୍ଥାନୀୟ ଜୁଡିସିଆଲ ମାଜିଷ୍ଟ୍ରେଟ ରାଜଶ୍ରୀ ଆର୍ଯ୍ୟବାଳା ତ୍ରିପାଠୀଙ୍କ ସମେତ ଆଇନଜୀବୀମାନେ ପ୍ରଥମେ ମୁଖ୍ୟ ବିଚାରପତି ଶ୍ରୀ ଷଡ଼ଙ୍ଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ କୋର୍ଟ ପରିସରରେ ନ୍ୟାୟମୂର୍ତ୍ତିଙ୍କୁ ଗାର୍ଡ଼ ଅଫ୍‌‌ ଅନର ପ୍ରଦାନ କରାଯାଇଥିଲା। ପରେପରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶ୍ରୀ ଷଡ଼ଙ୍ଗୀ ଅସ୍ଥାୟୀ ଭାବେ ନିର୍ମିତ ସବଜଜ୍‌‌ କୋର୍ଟକୁ ଉଦ୍‌‌ଘାଟନ କରିବାସହ ନୂତନ ଭାବେ ଅବସ୍ଥାପିତ ବଡ଼ମ୍ବା ସବଜଜ୍‌‌ ଦୁର୍ବାସା ଦୁର୍ଗାଙ୍କ ସପଥପାଠ କରାଇବା ସହ ଆନୁଷ୍ଠାନିକ ଭାବେ କୋର୍ଟ କାର୍ଯ୍ୟ ଆରମ୍ଭ କରାଇଥିଲେ। ଅନୁଷ୍ଠିତ ଉଦ୍‌‌ଘାଟନ ଉତ୍ସବରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ.ଷଡ଼ଙ୍ଗୀଙ୍କ ସମେତ ଜିଲା ଜଜ୍‌‌ ସଞ୍ଜୟ କୁମାର ବହିଦାର, ରେଜିଷ୍ଟାର ଦୀପଙ୍କର ପଟ୍ଟନାୟକ, ଭିଜିଲାନ୍ସ ଜଜ୍‌‌ ରାଜ କିଶୋର ମହାପାତ୍ର, କଟକ ଜିଲାପାଳ ନରହରି ସେଠୀ, ଜିଲା ଆରକ୍ଷୀ ଅଧିକାରୀ ମିହିର କୁମାର ପଣ୍ଡା, ବିଭାଗୀୟ ଆଡିମିଷ୍ଟ୍ରେଟିଭ ଜଜ୍‌‌ ଗିରିଶ ରାୟ, ସହକାରୀ ସୁରେନ୍ଦ୍ର କୁମାର ସାହୁ, କୋର୍ଟ ପରିଚାଳକ ବସନ୍ତ ମହାନ୍ତି, ସହକାରୀ ପ୍ରଶାସନ ଅଧିକାରୀ ଦିଲ୍ଲିପକୁମାର ଧଳ, ଆଠଗଡ଼ ଏସଡିପିଓ ରବୀନ୍ଦ୍ର କୁମାତ ମଲ୍ଲିକ, ବଡ଼ମ୍ବା ତହସିଲଦାର ଶାଶ୍ବତ ରଞ୍ଜନ ଦାଶ,ସରକାରୀ ଓକିଲ ବିଜୟ କୁମାର ମିଶ୍ର, ପ୍ରସନ୍ନ କୁମାର ମଲ୍ଲିକ ପ୍ରମୁଖ ବଡ଼ମ୍ବା ଓକିଲ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। କୋର୍ଟ ପରିସର ଓ କାର୍ଯ୍ୟାଳୟ ପରିଦର୍ଶନ ପରେ ମୁଖ୍ୟ ଅତିଥି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡ. ଶ୍ରୀ ଷଡ଼ଙ୍ଗୀ ନରସିଂହପୁର ଅଭିମୁଖେ ଯାତ୍ରା କରିଥିଲେ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories