ସଂସଦ ସୁରକ୍ଷାରେ ତ୍ରୁଟି ଘଟଣା: ୮ ନିଲମ୍ବିତ
ନୂଆଦିଲ୍ଲୀ: ସଂସଦ ଭବନରେ ସୁରକ୍ଷା ଭଙ୍ଗ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାକୁ ନେଇ ସଂସଦର ସୁରକ୍ଷା ଦାୟିତ୍ବରେ ନିୟୋଜିତ ୮ ଜଣ କର୍ମଚାରୀଙ୍କୁ ଲୋକସଭା ସଚିବାଳୟ ନିଲମ୍ବନ କରିଛି। ସୂଚନା ଅନୁଯାୟୀ, ଏହି ସମସ୍ତ କର୍ମଚାରୀ ଲୋକସଭାର ସୁରକ୍ଷାରେ ତ୍ରୁଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏଠାରେ ସୂଚନାଯୋଗ୍ୟ, ଘଟଣା ପରେ ଗୃହ ମନ୍ତ୍ରଣାଳୟ ମଧ୍ୟ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା କରୁଥିବା ଜଣାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ବିଭିନ୍ନ ପ୍ରସଙ୍ଗ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଏମାନଙ୍କ ଉଦ୍ଦେଶ୍ୟ। ବେକାରୀ, କୃଷକଙ୍କ ସମସ୍ୟା ଏବଂ ମଣିପୁର ହିଂସା ଭଳି ଘଟଣାକୁ ନେଇ ଅଭିଯୁକ୍ତମାନେ ଚିନ୍ତିତ ଥିବା ପୁଲିସକୁ କହିଛନ୍ତି।
Comments are closed.