www.samajalive.in
Monday, December 15, 2025
24.1 C
Bhubaneswar

ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଛି : କେନ୍ଦ୍ରମନ୍ତ୍ରୀ ଆର.କେ ସିଂ

ନୂଆଦିଲ୍ଲୀ : ଓଡ଼ିଶାରେ ୨୭.୭୮ ଜିଡବ୍ଲୁପି (ଗିଗାୱାଟ୍‌ ପିକ୍‌) ସୌର ଶକ୍ତି ଉତ୍ପାଦନ ସମ୍ଭାବନା ରହିଥିବା କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ଓ ଶକ୍ତି ମନ୍ତ୍ରୀ ଆର.କେ ସିଂ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି । ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ପରିବେଶ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଯୁକ୍ତି ଫୋରମ୍‌ (ଆଇଫରେଷ୍ଟ) ଓଡ଼ିଶାରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନା ୧୬୯ ଜିଡବ୍ଲୁପି ଥିବା ଆକଳନ କରିଛି ବୋଲି ଓଡ଼ିଶା ସରକାର ରିପୋର୍ଟ ଦେଇଛନ୍ତି ।

ସେ କହିଛନ୍ତି, ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନଆଇଏସଇ) ଦ୍ୱାରା ବିଭିନ୍ନ ଆଧାରକୁ ନେଇ ରାଜ୍ୟମାନଙ୍କର ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଥାଏ। ଏହି ଆଧାରଗୁଡ଼ିକ ହେଲା, କୌଣସି ରାଜ୍ୟର ୩% ଅନୁର୍ବର ଜମିକୁ ସୌର ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ । ଅନୁର୍ବର ଜମି ମାନଚିତ୍ର ୨୦୧୦ ଅନୁଯାୟୀ, ଏଥିପାଇଁ ଉଦ୍ଦିଷ୍ଟ ଜମି ଚିହ୍ନଟ କରାଯିବ। ଏସପିଭି ମଡ୍ୟୁଲ ଦକ୍ଷତାକୁ ୧୫% ସମ୍ଭାବନା ହିସାବରେ ବିବେଚନା କରାଯାଏ ଏବଂ ପ୍ରତ୍ୟେକ ୧ ବର୍ଗକିମି ଅନୁର୍ବର ଜମିରେ ୫୦ ମେଗାୱାଟ୍‌ ପିକ୍‌ କ୍ଷମତାବିଶିଷ୍ଟ ଏସପିଭି ପ୍ଲାଣ୍ଟ ସ୍ଥାପନ କରାଯାଇପାରିବ। ଅନୁରୂପ ଭାବେ ୨୦୧୧ ଜନଗଣନାକୁ ଆଧାର କରି ଘର ଛାତ ଉପରେ ସୌର ଶକ୍ତି ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ମାଧ୍ୟମରେ ସୌର ଶକ୍ତି ଉତ୍ପାଦନ ସମ୍ଭାବନାକୁ ଆକଳନ କରାଯାଇଛି ।

- Advertisement -

କେନ୍ଦ୍ର ମନ୍ତ୍ରୀ ଆର.କେ ସିଂ ଏହି ଅବସରରେ କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ସମେତ ସବୁ ରାଜ୍ୟକୁ ସୌର ଇନ୍ଧନ ଏବଂ ଅକ୍ଷୟ ଶକ୍ତି ଭିତ୍ତିଭୂମି ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି । ସୌର ଶକ୍ତି କ୍ଷେତ୍ରରେ ସ୍ୱୟଂକ୍ରିୟ ମାର୍ଗରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ମିଳିଛି। ୩୦ ଜୁନ୍‌ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ପ୍ରକଳ୍ପରୁ ସୌର ଏବଂ ପବନ ବିଦ୍ୟୁତ ଶକ୍ତିର ଆନ୍ତଃରାଜ୍ୟ ବିକ୍ରୟ ଉପରେ କୌଣସି ଆନ୍ତଃରାଜ୍ୟ ସଞ୍ଚାରଣ ପ୍ରଣାଳୀ ଶୁଳ୍କ ଲାଗୁ ହେବ ନାହିଁ। ବଡ଼ ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ଲାଗି  ଅକ୍ଷୟ ଶକ୍ତି ଉତ୍ପାଦନକାରୀମାନଙ୍କୁ ଜମି ଓ ସଞ୍ଚାରଣ ସୁବିଧା ଯୋଗାଇ ଦେବା ପାଇଁ ଅଲଟ୍ରା ମେଗା ଅକ୍ଷୟ ଶକ୍ତି ପାର୍କ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି। ପିଏମ୍‌-କୁସୁମ, ଛାତ ଉପରେ ସୌର ଶକ୍ତି ଉତ୍ପାଦନ ଯୋଜନା ପର୍ଯ୍ୟାୟ-୨, ୧୨ ହଜାର ମେଗାୱାଟ୍‌ ସିପିଏସୟୁ ଯୋଜନା ପର୍ଯ୍ୟାୟ ୨ ଆଦି କାର୍ଯ୍ୟକାରୀ କରାଯାଉଛି। ସବୁଜ ଇନ୍ଧନ କରିଡର ଯୋଜନା ଅଧୀନରେ ନୂଆ ବିଦ୍ୟୁତ ସଞ୍ଚାରଣ ଲାଇନ ଏବଂ ନୂଆ ସବଷ୍ଟେସନ କ୍ଷମତା ବିକଶିତ କରାଯାଉଛି । ସେହିପରି ସବୁଜ ହାଇଡ୍ରୋଜେନ ଏବଂ ଏହାର ଯୌଗିକ ଉତ୍ପାଦନ, ଉପଯୋଗ ଏବଂ ରପ୍ତାନି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ରେ ପରିଣତ କରିବା ଉଦ୍ଦେଶ୍ୟରେ ଜାତୀୟ ସବୁଜ ହାଇଡ୍ରୋଜେନ ମିଶନ ଆରମ୍ଭ କରାଯାଇଛି ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories