www.samajalive.in
Saturday, December 6, 2025
26.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ଅହମ୍ମଦାବାଦ ଠାରୁ ଦୀବ

ଅହମ୍ମଦାବାଦ ଠାରୁ ଦୀବ ପର୍ଯ୍ୟନ୍ତ ଥିବା ସ୍ଥାନ ଭ୍ରମଣ ପାଇଁ ବେଶ ଆକର୍ଷଣୀୟ ଅଟେ। ଏଠାରେ ଥିବା ସ୍ଥାନ ଗୁଡ଼ିକୁ ଭ୍ରମଣ କରିବା ପାଇଁ ୩ ରୁ ୪ ଦିନ ସମୟ ଲାଗିବ। ଅହମ୍ମଦାବାଦ ଠାରୁ ଦୀବ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ। ଏହି ରାସ୍ତାରେ ଯିବା ସମୟରେ ଦର୍ଶନୀୟ ସ୍ଥାନ ରହିଛି।
ଅହମ୍ମଦାବାଦ ଠାରୁ ୪୭ ନମ୍ବର ଜାତୀୟରାଜପଥରେ ୩ ଘଣ୍ଟାର ରାସ୍ତା ଅତିକ୍ରମ କରିବା ପରେ ପ୍ରଥମେ ରାଜକୋଟରେ ପହଞ୍ଚିବେ। ଏହି ରାସ୍ତାରେ ଯାତ୍ରା ଉପଭୋଗ୍ୟ। ବିଭିନ୍ନ ଖାଦ୍ୟଦ୍ରବ୍ୟ ମଧ୍ୟ ମିଳିଥାଏ। ସେଠାରୁ ଦୀବ ଯିବା ପାଇଁ ରାସ୍ତାର ଆରମ୍ଭ ହୋଇଛି। ଏଠାରୁ ୧୫୧ ନମ୍ବର ଜାତୀୟ ରାଜପଥ ଓ ୫୧ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଯିବା ସୁବିଧାଜନକ ଅଟେ। ଏହି ରାସ୍ତାରେ ଯିବା ବେଳେ ଆପଣ ସୋମନାଥ ମନ୍ଦିରର ଦର୍ଶନ କରିପାରିବେ। ଏଠାରୁ ଦୀବର ଦୂରତା ହେଉଛି ୮୦ କିଲୋମିଟର।


ଗଙ୍ଗେଶ୍ୱର ମହାଦେବ ମନ୍ଦିର – ନାଗୋଆ ବୀଚ ଠାରୁ ୪ କି.ମି ଦୂରରେ ଗଙ୍ଗେଶ୍ୱର ମହାଦେବ ମନ୍ଦିର ରହିଛି। ସମୁଦ୍ର କୂଳରେ ନିର୍ମିତ ଏହି ମନ୍ଦିରର ଏକ ଧାର୍ମିକ ମାନ୍ୟତା ରହିଛି। ଏହା ଦେଖିବା ପାଇଁ ବାସ୍ତବିକ ଏକ ସୁନ୍ଦର ସ୍ଥାନ ଅଟେ। 
ନେଦା ଗୁମ୍ଫା – ଗଙ୍ଗେଶ୍ୱର ମନ୍ଦିର ଠାରୁ ୩.୫ କି.ମି ଦୂରରେ ଥିବା ଏହି ଗୁମ୍ଫାରେ ଫଟୋଗ୍ରାଫିର ମଜା ଖୁବ ନିଆରା ଅଟେ। ଏହା ଏକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ଅଟେ।

- Advertisement -


ସେଣ୍ଟ ପାଁଲ ଚର୍ଚ – ନେଦା ଗୁମ୍ଫା ଠାରୁ ୨କି.ମି ଆଗକୁ ଗଲେ ସେଣ୍ଟ ପଲ ଚର୍ଚ। ଯାହାର କାରୁକାର୍ଯ୍ୟ ଖୁବ ସୁନ୍ଦର। ଏହି ଚର୍ଚ ଦୀବର ଏକ ପ୍ରଧାନ ସ୍ଥାନ ଅଟେ।


ଦୀବ ଫୋର୍ଟ– ସେଣ୍ଟ ପଲ ଚର୍ଚ ଠାରୁ ପ୍ରାୟ ୦.୭ କି.ମି ଦୂରରେ ଦୀବ ଫୋର୍ଟ ଅବସ୍ଥିତ। ଏହା ମଧ୍ୟ ଏକ ସୁନ୍ଦର ସ୍ଥାନ ଅଟେ। ଏଠାକୁ ଆସି ପର୍ଯ୍ୟଟକ  ଫଟୋ ଉଠାଇଥାଆନ୍ତି।
ଦୀବ ଫୋର୍ଟ ଠାରୁ ପାନୀ କୋଠାର ସୁନ୍ଦରତା ଦେଖିବା ଏକ ନିଆରା ମଜା। ଚଳଚ୍ଚିତ୍ର ସୁଟିଂ ପାଇଁ ମଧ୍ୟ ଏହି ସ୍ଥାନର ମାନ୍ୟତା ରହିଛି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories