www.samajalive.in
Saturday, December 6, 2025
16.1 C
Bhubaneswar

ଇଭିଏମ ଜାଲିଆତି ଅଭିଯୋଗ ଆଣିଲେ ସିନ୍ଧିଆ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନିର୍ବାଚନ ଶେଷ ହେବା ପରେ ଏବେ ନେତାଙ୍କ ଆକ୍ରୋଶ ଇଭିଏମ ଉପରେ ପଡ଼ିଛି। କଂଗ୍ରେସର ବଡ଼ ନେତା ତଥା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଇଭିଏମ ଜାଲିଆତି ହୋଇଥିବା ଆଶଙ୍କା କରିଛନ୍ତି। ସିନ୍ଧିଆ ତାଙ୍କ କର୍ମୀଙ୍କୁ ଷ୍ଟ୍ରଙ୍ଗରୁମକୁ ଜଗିବାରେ ସାମାନ୍ୟତମ ହେଳା ନକରିବାକୁ ପରାମର୍ଶ ଦେଇଛନ୍ତି। କାରଣ ବିଜେପି କଳେବଳେ କୌଶଳେ ଇଭିଏମର ତଥ୍ୟକୁ ବଦଳାଇ ଦେଇପାରେ ବୋଲି ସେ ଆଶଙ୍କା କରିଛନ୍ତି।
୧୧ଡିସେମ୍ବରରେ ମଧ୍ୟପ୍ରଦେଶରେ ବିଧାନସଭା ମତଗଣନା ହେବାକୁ ଯାଉଛି। ଭୋପାଳ ଇଭିଏମ୍‍ ଷ୍ଟ୍ରଙ୍ଗରୁମ୍‍ରେ ଲାଇଟ ବନ୍ଦ ହେବା, ସାଗରରେ ଗୃହମନ୍ତ୍ରୀଙ୍କ ବିଧାନସଭା ଆସନର ରିଜର୍ଭ ଇଭିଏମ ମେସିନ ୪୮ଘଣ୍ଟା ପରେ ଷ୍ଟ୍ରଙ୍ଗରୁମରେ ପହଞ୍ôଚବା ପରି ଏକାଧିକ ଘଟଣା କୌଣସି ବଡ଼ ଆଶଙ୍କା ପ୍ରତି ସନ୍ଦେହ ସୃଷ୍ଟି କରୁଛି ବୋଲି ଜ୍ୟୋତିରାଦିତ୍ୟ ଟ୍ୱିଟ୍‍ କରି ଆଶଙ୍କା ପ୍ରକଟ କରିଛନ୍ତି।
ସେହିପରି କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ ଏଥି ନିମନ୍ତେ ନିର୍ବାଚନ ଅୟୋଗଙ୍କୁ ଭେଟି ତାଙ୍କ ସନ୍ଦେହ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହା ଉପରେ ନିର୍ବାଚନ ଆୟୋଗ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
ଅପରପକ୍ଷରେ ଷ୍ଟ୍ରଙ୍ଗରୁମକୁ ନିର୍ବାଚନ ଆୟୋଗ ସମେତ ଆପ୍‍ କର୍ମୀମାନେ ମଧ୍ୟ ଜଗିଛନ୍ତି। ଲୋକଙ୍କ ମତଦାନକୁ ସୁରକ୍ଷିତ କରିବାକୁ ଉଭୟ ଦଳୀୟ କର୍ମୀ ହାତ ମେଳାଇଛନ୍ତି। କଂଗ୍ରେସ ଓ ଆପ୍‍ ମଧ୍ୟରେ ଆପୋସ ମୀମାଂସା ପରେ ପର୍ଯ୍ୟାୟକ୍ରମେ ଷ୍ଟ୍ରଙ୍ଗରୁମକୁ ଜଗିବାର ଯୋଜନା କାର୍ଯ୍ୟକାରୀ କରାଯାଇଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories