www.samajalive.in
Saturday, December 6, 2025
19.1 C
Bhubaneswar

ଆମେରିକା ପ୍ରସ୍ତୁତ କରୁଛି ସୁପର ସୋଲଜିୟର

ୱାଶିଂଟନ: ଆମେରିକାର ସୈନିକମାନଙ୍କୁ ଆହୁରି ଦକ୍ଷ ଓ ନମନୀୟ କରାଯିବ। ଏଥିପାଇଁ ଆମେରିକା ସରକାର କୋଟି କୋଟି ଡଲାର ଖର୍ଚ୍ଚ କରୁଛନ୍ତି।
ସୂଚନା ଅନୁଯାୟୀ, ଆମେରିକାର ଦକ୍ଷ ସୈନିକମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ଏକ୍ସୋସ୍କେଲିଟନ୍‍ ଟେକ୍‍ନୋଲଜି। ଏହା ସେମାନଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ବୃଦ୍ଧି କରିବା ସହିତ ସମୟ ଓ ପରିସ୍ଥିତି ସହିତ ଖାପ୍‍ଖୁଆଇ ଆକ୍ରମଣ ଶୈଳୀକୁ ଆହୁରି ଶାଣିତ ଓ ଲକ୍ଷ୍ୟପୂର୍ଣ୍ଣ କରିପାରିବ। ଏକ୍ସୋସ୍କେଲିଟନ୍‍ ଟେକ୍‍ନୋଲଜିରେ ସେମାନଙ୍କ ଶରୀରରେ ଏକ ଅତ୍ୟାଧୁନିକ ପୋଷାକ ରହିବ। ତାହା ରବର ପରି ନମନୀୟ ଅଥଚ ଶକ୍ତ ଇସ୍ପାତ ତନ୍ତୁ କିମ୍ବା ଫାଇବରରେ ପ୍ରସ୍ତୁତ ହେବ। ସେଥିରେ ଥିବା ସେନ୍‍ସର ଓ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସି ବ୍ୟାଟେରି ଦ୍ୱାରା ପରିଚାଳିତ ହେବ।
ଆମେରିକା ସୈନିକମାନଙ୍କ ପାଇଁ ଏହି ଉପକରଣର ନିର୍ମାଣ କରୁଛନ୍ତି ଲକହିଡ୍‍ ମାର୍ଟିନ କର୍ପୋରେସନ୍‍। ପ୍ରକୃତରେ ଗୁରୁତର ଅସ୍ଥିରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ କାନାଡ଼ାସ୍ଥିତ ବିଟେମିଆ ନାମକ ସଂସ୍ଥା ଏହି କୌଶଳ ଉଦ୍‍ଭାବନ କରିଥିଲା।
ଆମେରିକା ସରକାରଙ୍କ କହିବା ଅନୁଯାୟୀ, ସୈନିକମାନଙ୍କୁ ନିଜ ସାଥୀରେ ୨୩ କେଜି ପର୍ଯ୍ୟନ୍ତ ସାମଗ୍ରୀ ନେବାର ନିୟମ ରହିଛି। କିନ୍ତୁ ପରିବର୍ତ୍ତିତ ଆହ୍ୱାନର ମୁକାବିଲା କରିବା ପାଇଁ ସୈନିକମାନଙ୍କୁ ସାଙ୍ଗରେ ନାଇଟ୍‍ ଭିଜନ୍‍, ଆଡ୍‍ଭାନ୍ସଡ ରେଡିଓ, ବଡି ଆର୍ମର ପରି ଅତ୍ୟାଧୁନିକ ଉପକରଣ ସାଙ୍ଗରେ ନେବାକୁ ପଡ଼ୁଛି। ଏସବୁର ଓଜନ ପାଖାପାଖି ୪୦ ରୁ ୬୦ କେଜି ପର୍ଯ୍ୟନ୍ତ ହେଉଛି। ଅଧିକ ଓଜନ ବୋହିବା ଦ୍ୱାରା ସୈନିକମାନଙ୍କ କାର୍ଯ୍ୟଦକ୍ଷତା ପ୍ରଭାବିତ ହେଉଛି। ତେଣୁ ଏକ୍ସୋସ୍କେଲିଟନ୍‍ ଟେକ୍‍ନୋଲଜି ଏ ସବୁ ସମସ୍ୟାରୁ ସୈନିକଙ୍କୁ ମୁକ୍ତ କରିବା ସହିତ ସେମାନଙ୍କୁ ପ୍ରତିକୂଳ ପରିସ୍ଥିତିରେ ଆହୁରି ଦକ୍ଷ କରିପାରିବ। ତେବେ ଏ କ୍ଷେତ୍ରରେ ଆମେରିକା ପ୍ରଥମ ରାଷ୍ଟ୍ର ନୁହେଁ। ଏହାପୂର୍ବରୁ ମଧ୍ୟ ଚୀନ୍‍ ଓ ରୁଷ ଏହି କୌଶଳ ବ୍ୟବହାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏପରିକି ରୁଷ ଏହି କୌଶଳ ସିରିଆ ଯୁଦ୍ଧ ବେଳେ ବ୍ୟବହାର କରିସାରିଥିବା କୁହାଯାଉଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories