Patra electronics

ଦିବ୍ୟ ଚେତନାରେ ସାଇ ଭକ୍ତ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସତ୍ୟ ସାଇ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟ ସାଇ ଙ୍କ ୯୮ ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଓଁକାର ଧ୍ବନି ସହ ନଗର ସଂକୀର୍ତ୍ତନରେ ଭାଇଭଉଣୀମାନେ ଅତାବିରା ସହର ପରିକ୍ରମା କରିଥିଲେ । ଏହା ପରେ ଆବାହକ ମାନସୀ ସାହୁଙ୍କ ଦ୍ବାରା ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରାଯାଇଥିଲା। ଷୋଡ଼ଶ ପୂଜା , ଜିଲା ଆଧ୍ୟାତ୍ମିକ ସଂଯୋଜିକା ସୁଜାତା ପଣ୍ଡାଙ୍କ ଦ୍ବାରା ଜ୍ୟୋତି ଆବାହନ ପୂର୍ବକ ବେଦ ମନ୍ତ୍ର ପାଠ କରାଯାଇଥିଲା। ସୁରେନ୍ଦ୍ର ଭୋଇଙ୍କ ଦ୍ବାରା ସତସଙ୍ଗ କାର୍ଯ୍ୟକ୍ରମ ଦ୍ବାରା ବାବାଙ୍କ ମହିମା ଓ ଚମତ୍କାରିତା ଉପରେ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଅତାବିରା କୁଷ୍ଠକ୍ଷଶ୍ରମ ତଥା ଗରିବ ଲୋକଙ୍କ ନିକଟକୁ କୁ ଯାଇ ନାରାୟଣ ମାନଙ୍କ ପାଦ ଧୋଇ ସେମାନଙ୍କୁ ଲୁଗା ପ୍ରଦାନ କରିବା ସହ ଅନ୍ନ ପ୍ରସାଦ ବଣ୍ଟନ କରିଥିଲେ । ଏହା ବ୍ୟତୀତ ଅତାବିରା ଆହାର କେନ୍ଦ୍ରରେ ମାଗଣାରେ ସାଧାରଣ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ମନ୍ଦିର ପରିସର ମଧ୍ୟରେ ସମସ୍ତ ସାଇଭକ୍ତମାନଙ୍କୁ ପୂଜାର୍ଚ୍ଚନା ପରେ ଅନ୍ନପ୍ରସାଦ ଦିଆଯାଇଥିଲା।

Comments are closed.