www.samajalive.in
Monday, December 15, 2025
24.1 C
Bhubaneswar

ଆଣ୍ଡ୍ରଏଡ୍‌ ଫୋନ୍‌ ପାଇଁ ସରକାରଙ୍କ ଚେତାବନୀ- ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ – ଆଣ୍ଡ୍ରଏଡ୍‌ ଫୋନ୍‌କୁ ନେଇ ସରକାରଙ୍କ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ପକ୍ଷରୁ ଆଣ୍ଡ୍ରଏଡ୍‌ ଫୋନ୍‌ରେ ଅନେକ ସୁରକ୍ଷା ତ୍ରୁଟି ବିଷୟରେ ସୂଚନା ଦିଆଯାଇଛି । ଆଣ୍ଡ୍ରଏଡ୍‌ର ୧୧,୧୨,୧୨ ଏଲ୍‌,୧୩ ଏବଂ ୧୪ରେ ଅନେକ ସୁରକ୍ଷା ତ୍ରୁଟି ଦେଖାଯାଉଥିବା କୁହାଯାଇଛି ।

ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଥିବା ସାଇବର ସୁରକ୍ଷା ସଂସ୍ଥା ପକ୍ଷରୁ ଏହି ଚେତାବନୀ ଦିଆଯାଇଛି । ଏହି ଫୋନ୍‌ମାନଙ୍କରେ ସାଇବର୍‌ ଆଟାକ ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ (ବ୍ୟାଙ୍କ ତଥ୍ୟ ମଧ୍ୟ ସାମିଲ) ଚୋରି କରାଯାଉଥିବା ସୂଚନା ଦିଆଯାଇଛି ।

- Advertisement -

ଆଣ୍ଡ୍ରଏଡ୍‌ ଫୋନ୍‌ର ଫ୍ରେମ୍‌ଓ୍ୱାର୍କ, ଗୁଗୁଲ ପ୍ଲେ ସିଷ୍ଟମ ଅପ୍‌ଡେଟ୍‌, କେରନେଲ୍‌ ଏଲ୍‌ଟିଏସ୍‌, ଆର୍ମ କମ୍ପୋନେଣ୍ଟସ୍‌ , ସିଷ୍ଟମ, ମିଡିଆଟେକ୍‌ କମ୍ପୋନେଣ୍ଟସ୍‌, କ୍ୱାଲକମ୍‌ କମ୍ପୋନେଣ୍ଟସ୍‌ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଥିବା ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ପକ୍ଷରୁ କୁହାଯାଇଛି । ଗୁଗୁଲ୍‌ ପକ୍ଷରୁ ମଧ୍ୟ ଏହାକୁ ସମର୍ଥନ କରାଯାଇଛି । ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ପକ୍ଷରୁ ଦିଆଯାଇଥିବା ଚେତାବନୀ ସତ ବୋଲି ଗୁଗୁଲ୍‌ କହିଛି । ଏଥିପାଇଁ ଗୁଗୁଲ୍‌ ପକ୍ଷରୁ ସିକ୍ୟୁରିଟି ଅପଡେଟ୍‌ ଉପଲବ୍ଧ କରାଯାଉଛି ।

ଆପଣଙ୍କ ସେଟିଂକୁ ଯାଇ ଏହାକୁ ଅପ୍‌ଡେଟ୍‌ କରିବା ପାଇଁ ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଫୋନ୍‌ ସେଟିଂରେ ଅପଡେଟ୍‌ କରିବା ପାଇଁ କୁହାଯାଇଛି । ଗୁଗୁଲ୍‌ ଦ୍ୱାରା ଉପଲବ୍ଧ କରାଯାଉଥିବା ସିକ୍ୟୁରିଟି ଅପଡେଟ୍‌ ପରେ ଏହି ସମସ୍ୟା ଅନେକ ପରିମାଣରେ ସମାଧାନ ହେବା ବୋଲି କୁହାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories